ନୂଆଦିଲ୍ଲୀ: ଚୀନ୍ ଆମେରିକା ବିରୋଧରେ ଅତ୍ୟନ୍ତ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ଶୀତଳ ଯୁଦ୍ଧ ଆରମ୍ଭ କରିଦେଇଛି। ଆମେରିକାକୁ ଚୀନ୍ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବେ ଦେଖିବାକୁ ଚାହୁନାହିଁ। ଏଥିପାଇଁ ନିଜର ଆଧିପତ୍ୟ ଜାହିର କରିବାକୁ ଏବେ ବିଭିନ୍ନ ଦିଗରୁ ଆମେରିକା ବିରୋଧରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ବିଭ୍ରାନ୍ତି ସୃଷ୍ଟି କରିଛି ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଦାବି କରିଛି। ଏ ସଂପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ଖୁବ୍ ସତର୍କତାର ସହ କାର୍ଯ୍ୟ କରିବାକୁ ସିଆଇଏ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଆମେରିକାର ଅନ୍ୟ ଗୁଇନ୍ଦା ସଂସ୍ଥାମାନେ ମଧ୍ୟ ଏବେ ଚୀନ୍ର ଆମେରିକା ବିରୋଧୀ କାର୍ଯ୍ୟକଳାପ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କମ୍ୟୁନିଷ୍ଟ ରାଷ୍ଟ୍ର ଚୀନ୍ ଏବେ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗଙ୍କ ନେତୃତ୍ୱରେ ଆମେରିକାକୁ ବିଭିନ୍ନ କ୍ଷେତ୍ରରେ ପଛରେ ରଖିବା ପାଇଁ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ବିଭିନ୍ନ ବ୍ୟବସାୟିକ ରଣନୀତି କାର୍ଯ୍ୟକାରୀ କରୁଛି। ଚୀନ୍ ଏବେ ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛି ଏବଂ ଯେଉଁ ବ୍ୟବସାୟିକ ରଣନୀତିରେ ଅନ୍ତର୍ଜାତୀୟ ବଜାରରେ ନିଜ ସ୍ଥିତି ଜାହିର୍ କରୁଛି ତାହାକୁ ମୋଟାମୋଟି ଭାବେ ଶୀତଳ ଯୁଦ୍ଧ ହିଁ କୁହାଯିବ ବୋଲି ସିଆଇଏର ଏସିଆ ବ୍ୟାପାର ନିର୍ଦ୍ଦେଶକ ମିଖାଇଲ କଲିନ୍ସ କହିଛନ୍ତି। ଚୀନ୍ ଏବଂ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଏବେ ଯଥେଷ୍ଟ ଆଗକୁ ବଢ଼ିଯାଇଛି ଏବଂ ଆଗାମୀ ଦିନରେ ଏହା ଅଧିକ ଉଗ୍ର ହେବ ବୋଲି ସେ କହିଛନ୍ତି । ଗତ ବୁଧବାର ଦିନ ଏଫ୍ବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର କହିଛନ୍ତି କାଉଣ୍ଟର ଇଣ୍ଟେଲିଜେନ୍ସ ମାଧ୍ୟମରେ ଚୀନ୍ ଆମେରିକା ସମ୍ମୁଖରେ ଏବେ ବ୍ୟାପକ ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ଵାନ ସୃଷ୍ଟି କରିଛି । ଏହାର ସାଂଘାତିକ ପ୍ରଭାବ ଆଗକୁ ଅନୁଭୂତ ହେବ ଏବଂ ଅନେକ ରାଷ୍ଟ୍ର ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି ଏଫବିଆଇ ନିର୍ଦ୍ଦେଶକ କହିଛନ୍ତି। ଆମେରିକାର ଦୁଇ ପ୍ରମୁଖ ଗୁଇନ୍ଦା ସଂସ୍ଥା ଏଫବିଆଇ ଏବଂ ସିଆଇଏ ଅଧିକାରୀଙ୍କ ଏହି ବୟାନ ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଚୀନ୍ ବିଶ୍ୱର ସବୁଠାରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ନିର୍ମାଣରେ ଏବେ ଲାଗିଛି ଏବଂ ଏହା ସୁପରସୋନିକ୍ ସ୍ପିଡ୍ଠାରୁ ମଧ୍ୟ ଆଗକୁ ବଢ଼ିବ ବୋଲି କୁହାଯାଇଛି ।
ଚୀନ୍ ଆମେରିକା ଶୀତଳ ଯୁଦ୍ଧ ଆରମ୍ଭ : ଅାଗକୁ ହୋଇପାରେ ଉଗ୍ର
/sambad/media/post_attachments/wp-content/uploads/2018/07/1-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)