କୋଲକାତା: କରୋନାରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଶ୍ଚିମବଂଗରେ ସପ୍ତାହରେ ୨ ଦିନ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏତେଦିନ ପରେ ସରକାର କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ବୀକାର କରିଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ରାଜ୍ୟ ବିଜେପି। ବିଜେପି ରାଷ୍ଟ୍ରୀୟ ସଚିବ ରାହୁଳ ସିହ୍ନା କହିଛନ୍ତି, ଆରମ୍ଭରୁ ଯେତେବେଳେ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଗଲା ସେତେବେଳେ ପଶ୍ଚିମବଙ୍ଗରେ ଅଣଦେଖା କଲେ ରାଜ୍ୟ ସରକାର। ଏ ରାଜ୍ୟରେ ଧର୍ମ, ସମ୍ପ୍ରଦାୟ ଏବଂ ଆଞ୍ଚଳିକ ଭିତ୍ତିରେ ଲକ୍ଡାଉନ୍ ଘୋଷଣା କରାଗଲା। ଗୋଟିଏ ପରେ ଗୋଟିଏ କରି ଚା’, ମିଠା ଆଦି ସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଦେଲେ ରାଜ୍ୟ ସରକାର। ତା’ପରେ ଖୋଲିଗଲା ସବୁ ଅଫିସ୍। ଏହାର ପରିଣାମ ଏବେ ଭୋଗିବାକୁ ପଡ଼ିଲା। ଗୋଷ୍ଠୀ ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଇଛି। ଆରମ୍ଭରୁ ସରକାର ଲୁଚାଇବାରୁ ଅବସ୍ଥା ଅତି ଖରାପ୍ ହୋଇଛି ବୋଲି ସେ କହିଛନ୍ତି।
ଗୋଷ୍ଠୀ ସଂକ୍ରମଣ ପାଇଁ ରାଜ୍ୟ ସରକାର ଦାୟୀ: ବିଜେପି
/sambad/media/post_attachments/wp-content/uploads/2020/02/bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)