ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ରାଜ୍ୟ ରାଜମାର୍ଗ ଏବଂ ଜିଲ୍ଲାର ସଡ଼କକୁ ଦୁଇ ଥାକିଆ ଜାତୀୟ ରାଜମାର୍ଗରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୀତିଗତ ରୂପେ ଜାତୀୟ ରାଜମାର୍ଗର ମାନ୍ୟତା ପାଇ ସାରିଥିବା ଉକ୍ତ ରାଜ୍ୟ ରାଜମାର୍ଗ, ଜିଲ୍ଲା ସଡ଼କର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଫିଜିବିଲି୍ଟି ରିପୋର୍ଟ ଆଂଶିକ ଅଥବା ପୂର୍ଣ୍ଣାଙ୍ଗ ରୂପରେ ପ୍ରସ୍ତୁତ କରାଯାଇଛି। ଏ ନେଇ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ଏନ୍ଏଚ୍ଏଆଇ, ଏନ୍ଏଚ୍ଏ୍ଆଇଡିସିଏଲ୍, ବିଆରଓକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟମାର୍ଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ରାଜମାର୍ଗଗୁଡ଼ିକୁ ଜାତୀୟ ରାଜମାର୍ଗ କରାଯିବ
/sambad/media/post_attachments/wp-content/uploads/2017/12/highway-647_102417101254_121417055407.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)