ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍‌ଘାଟିତ

ଫରିଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଫରିଦାବାଦଠାରେ ଅତ୍ୟାଧୁନିକ ଅମୃତ ହସ୍‌ପିଟାଲର ଉଦ୍‌ଘାଟନ କରିଛନ୍ତି। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା, କେନ୍ଦ୍ରମନ୍ତ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀମାତା ଅମୃତାନନ୍ଦମୟୀ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଯେତେବେଳେ ଅମୃତକାଳ ମଧ୍ୟକୁ ପ୍ରବେଶ କରୁଛି ଓ ସମ୍ମିଳିତ ଆକାଂକ୍ଷା ଓ ସଂକଳ୍ପ ଏହାକୁ ପ୍ରକୃତ ରୂପ ଦେବାକୁ ଯାଉଛନ୍ତି, ସେତେବେଳେ ଦେଶ ଶ୍ରୀମାତା ଅମୃତାନନ୍ଦମୟୀଙ୍କ ଆଶୀର୍ବାଦର ଅମୃତଧାରା ପାଉଛି। ଏହି ହସ୍‌ପିଟାଲ ଆଧ୍ୟାତ୍ମିକତା ଓ ଆଧୁନିକତାର ସମନ୍ୱୟ ଓ ଏହା ରୋଗୀଙ୍କ ନିମନ୍ତେ କମ୍ ବ୍ୟୟସାପେକ୍ଷ ଉପଚାର ଯୋଗାଇବ। “ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ସେ ଭାରତର ଆଧ୍ୟାତ୍ମିକ ପରମ୍ପରାରର ବାର୍ତ୍ତାବହ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତର ସେବା ଓ ଔଷଧର ମହାନ ପରମ୍ପରା ରହି ଆସିଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଭାରତ ଏପରି ଦେଶ ଯେଉଁଠି ଉପଚାର ହିଁ ସେବା ଓ ସୁଧାର ଏକ ବଦନ୍ୟତା। ଏଠାରେ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତା ପରସ୍ପର ଅଙ୍ଗାଙ୍ଗୀଭାବେ ଜଡିତ। ଡାକ୍ତରୀ ବିଜ୍ଞାନ ଆମର ବେଦ ଭଳି। ଆମେ ମଧ୍ୟ ଆମର ଡାକ୍ତରୀ ବିଜ୍ଞାନକୁ ଆୟୁର୍ବେଦର ନାମ ଦେଇଛୁ।’

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅମ୍ରିତ ହସ୍‌ପିଟାଲର ଉଦ୍‌ଘାଟନ ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳରେ ଏକ ଆଧୁନିକ ଡାକ୍ତରୀ ଭିତ୍ତିଭୂମି ମିଳିଛି। ମାତା ଅମୃତାନନ୍ଦମୟୀ ସଂସ୍ଥା ପକ୍ଷରୁ ପରିଚାଳିତ ଏହି ଅତି ସ୍ୱତନ୍ତ୍ର ହସ୍ପିଟାଲରେ ୨୬୦୦ଟି ଶଯ୍ୟା ରହିଛି। ପ୍ରାୟ ଛଅ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଫରିଦାବାଦ ଓ ଏନ୍‌ସିଆର ଅଞ୍ଚଳବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ।

ସମ୍ବନ୍ଧିତ ଖବର