ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ।  ଓମାର ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ନବ ନିର୍ବାଚିତ ସରକାର ଏ ବାବଦରେ ପାରିତ କରିଥିବା ପ୍ରସ୍ତାବକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମଂଜୁରି ଦେଇଛନ୍ତି।  ଜମ୍ମୁ-କଶ୍ମୀରବାସୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ଏବଂ  ରାଜ୍ୟ ମାନ୍ୟତା ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏ ବାବଦରେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଓମାର ଅବୁଦୁଲ୍ଲା ଆଲୋଚନା କରିବେ।   ଜମ୍ମୁ-କଶ୍ମୀର କ୍ୟାବିନେଟ୍ ନଭେମ୍ବର ୪ରେ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଡକାଇବାକୁ ନିଷ୍ପତ୍ତି ନେଇଛି ଏବଂ ଗୃହକୁ ସମ୍ବୋଧିତ କରିବାକୁ ଉପରାଜ୍ୟପାଳଙ୍କୁ ଆମନ୍ତ୍ରଣ କରିଛି।

Advertisment

ପ୍ରଥମ ଅଧିବେଶନ ଆରମ୍ଭରେ ହିଁ ରାଜ୍ୟମାନତା ଫେରିବା ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା ହେବ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଓମାର ଅବଦୁଲ୍ଲା ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍‌ଫରେନ୍ସ(ଜେକେଏନ୍‌ସି)-କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନ୍‌ସି ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ  କଂଗ୍ରେସ ମାତ୍ର ୬ଟି ଆସନରେ ବିଜୟୀ ହୋଇଛି।