ସଂସଦରେ କଂଗ୍ରେସ ସାଂସଦଙ୍କ ବୟାନ, ଦିଲ୍ଲୀ ହିଂସା ପଛରେ ଯୋଗେନ୍ଦ୍ର ଯାଦବଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରୢାଲିରେ ହୋଇଥିବା ବଡ଼ ହିଂସା ପଛରେ ମିଳିତ କୃଷକ ମୋର୍ଚ୍ଚା ନେତା ଯୋଗେନ୍ଦ୍ର ଯାଦବଙ୍କ ବଡ଼ ଷଡ଼ଯନ୍ତ୍ର ରହିଥିଲା ବୋଲି ଆଜି ଲୋକସଭାରେ ଲୁଧିଆନାର କଂଗ୍ରେସ ସାଂସଦ ରବନୀତ ସିଂହ ବିଟ୍ଟୁ କହିଛନତି। ସାଧାରଣତନ୍ତ୍ର ଦିବସରେ ବଡ଼ ଧରଣର ହିଂସା ଘଟାଇବା ପାଇଁ ଯୋଗେନ୍ଦ୍ର ଯାଦବ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିଲେ ଏବଂ ଏହାର ପରିଣତି ସ୍ବରୂପ ଏତେ ବଡ଼ କାଣ୍ଡ ଘଟିଗଲା ବୋଲି ରବନିତ କହିଛନତି। ଯେଗେନ୍ଦ୍ର ଯାଦବଙ୍କ ପାଇଁ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ଆଲୋଚନା ବାରମ୍ବାର ବିଫଳ ହେଉଛି। ଯୋଗେନ୍ଦ୍ରଙ୍କୁ ଯଦି ରୋକି ଦିଆଯିବ ତା’ହେଲେ ସମାଧାନ ପାଇଁ ତୁରନ୍ତ ରାସ୍ତା ଖୋଲିଯିବ ବୋଲି ସେ କହିଛନ୍ତି।

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିବା ବେଳେ ପଂଜାବର କଂଗ୍ରେସ ସାଂସଦଙ୍କ ଏଭଳି ବୟାନ କଂଗ୍ରେସର ଅଡ଼ୁଆ ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ଜାନୁଆରି ୨୬ରେ ଆନ୍ଦୋଳନକାରୀ ଚାଷୀଙ୍କ ହିଂସାତ୍ମକ କାର୍ଯ୍ୟ ପଛରେ ରହିଥିବା ଷଡ଼ଯନ୍ତ୍ରର ପର୍ଦ୍ଦଫାସ କରିବାକୁ ଦିଲ୍ଲୀ ପୁଲିସ ଅହରହ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର