ଇସ୍‌ଲାମାବାଦ: ପାକିସ୍ତାନ ଦେବାଳିଆ ହୋଇସାରିଛି ଏବଂ ଆମେମାନେ ଏବେ ଦେବାଳିଆ ରାଷ୍ଟ୍ରର ବାସିନ୍ଦା ବୋଲି କହିଛନ୍ତି ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌। ଆସିଫଙ୍କ ଏହି ବୟାନ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ସିୟାଲକୋଟ୍‌ରେ ଏକ କାର୍ଯ୍ୟକ୍ରମରେ ଆସିଫ୍‌ କହିଛନ୍ତି ଏବେ ଦେବାଳିଆ ହୋଇଯାଇଥିବା ଆମ ଦେଶକୁ ବଞ୍ଚାଇବା ପାଇଁ କିଛି ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ, ନହେଲେ ବହୁତ ବଡ଼ ଅନର୍ଥ ଘଟିବ। ୧୫୦୦ ଏକର ସରକାରୀ ଜମିରେ ନିର୍ମିତ ଗଲ୍‌ଫ କ୍ଲବ୍‌ ବିକ୍ରି କରିଦେବା ପାଇଁ ଆସିଫ୍‌ ପ୍ରସ୍ତାବ ଦେଇଛନ୍ତି। ଦେଶର ସମ୍ପତ୍ତି ବିକ୍ରି କରି ଦେଶକୁ କୌଣସି ମତେ ବଞ୍ଚାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।