କେପ୍ ଟାଉନ୍: ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ କହିଛନ୍ତି ଯେ ବିଶ୍ୱ ତାପମାତ୍ରା ଯଦି ଆଉ ୧.୫ ଡିଗ୍ରି ଉପରକୁ ଯାଏ ତେବେ କେହି ବଞ୍ଚିବେ ନାହିଁ। ‘କେପ୍ ଟାଉନ୍ କନଭର୍ସେସନ୍’ର ଦ୍ୱିତୀୟ ଦିନରେ ‘ଗାର୍ଡିଆନ୍ସ ଅଫ୍ ଦି କୋଷ୍ଟ: ଆଇଲାଣ୍ଡ ଷ୍ଟେଟ୍ସ ଆଣ୍ଡ କ୍ଲାଇମେଟ୍ ଚ୍ୟାଲେଞ୍ଜସ୍’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରି ନାସିଦ୍ ଏହା କହିଛନ୍ତି। ନାସିଦ କହିଛନ୍ତି ଯେ, ଖରାପ ପାଗ କାରଣରୁ ଆସନ୍ତା ୨୦ ବର୍ଷ ମଧ୍ୟରେ ୨୦ରୁ ଅଧିକ ଦେଶ ବିନାଶର ଦ୍ବାରଦେଶକୁ ଚାଲିଯିବେ, ଆଉ ଏହି ସଂଖ୍ୟା ବଢିବାକୁ ଯାଉଛି।ଏଥସହ ସେ କହିଥିଲେ ଯେ ପ୍ରକୃତି ବର୍ତ୍ତମାନ ଏପରି ଆହ୍ବାନ ଆଣି ଛିଡ଼ା କରିଛି, ଯାହା ପ୍ରତି ଦେଶକୁ ପାଣିପାଗ ସମସ୍ୟାକୁ ଗୁରୁତ୍ବ ଦେବାକୁ ବାଧ୍ୟ କରିବ।
/sambad/media/post_attachments/wp-content/uploads/2023/11/dgdgdgdgdgd-2.jpg)
ଏହାବ୍ୟତୀତ ସେ ବର୍ତ୍ତମାନ ଚାଲିଥିବା ଇସ୍ରାଏଲ-ହମାସ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ଆଲୋକପାତ କରିବା ସହ କହିଛନ୍ତି ଯେ ଗାଜା ଓ ୟୁକ୍ରେନରେ ଯୁଦ୍ଧ ଅନେକ ପରିବେଶ ପ୍ରସଙ୍ଗକୁ ଘୋଡ଼େଇଦେଇଛି ଏବଂ ଆମକୁ ପୁଣି ଥରେ ତାକୁ ଫୋକସକୁ ଆଣିବାକୁ ପଡିବ। ପରିବେଶ ପ୍ରତି ଆସୁଥିବା ଭୟାନକ ବିପଦକୁ କେହି ଅଣଦେଖା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/No-One-Will-Be-Alive-If-Global-Temperature-Increases-Another-1.jpg)