ଆସନ୍ତା ଦୀପାବଳିକୁ ଅଯୋଧ୍ୟାରେ ରାମମନ୍ଦିର: ସ୍ୱାମୀ

ପାଟନା : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଆସନ୍ତାବର୍ଷ ଦୀପାବଳିକୁ ଏହା ସମ୍ପୂର୍ଣ୍ଣ ହୋଇସାରିଥିବ। ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ୍‌ ସ୍ୱାମୀ ଏପରି ଆକଳନ କରି କହିଛନ୍ତି। ପାଟନା ଠାରେ ତାଙ୍କ ଦ୍ୱାରା ସ୍ଥାପିତ ବିରାଟ ହିନ୍ଦୁସ୍ଥାନ ସଂଘମ୍‌ର ବିହାର ଶାଖା ଆନୁକୂଲ୍ୟରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଶ୍ରୀ ସ୍ୱାମୀ ଆହୁରି କହିଛନ୍ତି ଯେ ପ୍ରସ୍ତାବିତ ରାମମନ୍ଦିର ନିର୍ମାଣ କ୍ଷେତ୍ରରେ ଦେଖାଦେଇଥିବା ପ୍ରତିବନ୍ଧକ ସବୁ ହଟାଇ ଦିଆଯିବାରେ ଲାଗିଛି। ସୁତରାଂ କିଛି ଦିନ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର