ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା ପୁଣି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଭାରତୀୟ ଅର୍ଥନୀତିର ବସ୍ତ୍ର ହରଣ ହେଉଥିବା ଯାଏଁ ସେ ଚୁପ୍ ବସିବେ ନାହିଁ ବୋଲି କହିଛନ୍ତି। ଏକ ଟେଲିଭିଜନ୍ ସାକ୍ଷାତକାରରେ ସିହ୍ନା ଆଜି ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତୀୟ କମ୍ପାନି ସେକ୍ରେଟାରି ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଉଦ୍ବୋଧନ ଦେଇ ଅର୍ଥନୀତିର ସମାଲୋଚକମାନଙ୍କୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ସମାଲୋଚକମାନେ ମହାଭାରତର ଶଲ୍ୟ-ବୃତ୍ତି ଧରିଛନ୍ତି ବୋଲି ମୋଦି କହିଥିଲେ। ସିହ୍ନା ତାଙ୍କ ସାକ୍ଷାତକାରରେ ଆଜି କହିଛନ୍ତି ଆଶାବାଦ ଓ ନିରାଶାବାଦର ପ୍ରଶ୍ନ ତାଙ୍କ ପାଇଁ କୌଣସି ଗୁରୁତ୍ୱ ରଖୁନାହିଁ। ବରଂ ସମାଲୋଚକମାନେ ଉଠାଉଥିବା ବିଷୟ ଗୁଡ଼ିକ ଉପରେ ସରକାର ତୁରନ୍ତ ଗୁରୁତ୍ୱ ଦେବା ଆବଶ୍ୟକ। ଦେଶର ସାମ୍ପ୍ରତିକ ଅର୍ଥନୈତିକ ଦୃଶ୍ୟପଟ୍ଟ ସମ୍ପର୍କରେ ସରକାରଙ୍କୁ ସମ୍ବେଦନଶୀଳ କରିବା ପାଇଁ ସେ କେତେକ ପ୍ରସଙ୍ଗ ଉଠାଇଥିଲେ। ମୋଦିଙ୍କୁ ଆକ୍ଷେପ କରି ସିହ୍ନା କହିଛନ୍ତି ଯଦି ସେ ନିରାଶାବାଦ ଅଛନ୍ତି ତାହାର କାରଣ ହେଲା ଲୋକଙ୍କ ମଧ୍ୟରେ ନିରାଶାବାଦ ରହିଛି। ତଳସ୍ତରରେ ଥିବା ଲୋକଙ୍କ ମଧ୍ୟରେ ନିରାଶାବାଦ ରହିଛି।
ଅର୍ଥନୀତିର ବସ୍ତ୍ରହରଣ ହେଉଥିବା ଯାଏଁ ଚୁପ୍ ବସିବି ନାହିଁ
/sambad/media/post_attachments/wp-content/uploads/2017/10/yas-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)