ରାଜ୍ୟମାନେ ଚାହିଁଲେ ଜରିମାନା ପରିମାଣ କୋହଳ କରିପାରିବେ : ଗଡ଼କରୀ

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବାରୁ ବିଭିନ୍ନ ରାଜ୍ୟ ସରକାର ଏହାକୁ କିଛିଟା କୋହଳ କରିବାକୁ ଦାବି କରୁଛନ୍ତି । ଓଡ଼ିଶା ସରକାର ଟ୍ରାଫିକ ଧରପଗଡ଼କୁ ୩ ମାସ ପାଇଁ କୋହଳ କରିଥିବାବେଳେ ଗୁଜୁରାଟ,ମହାରାଷ୍ଟ୍ର ଆଂଶିକଭାବେ ଲାଗୁ କରିଛନ୍ତି । ଏପରିକି ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଆଦି ଏହାକୁ ଲାଗୁ କରିନାହାନ୍ତି ।

ଲୋକମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ କିଛିଟା ନରମ ହୋଇଛନ୍ତି । ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ରାଜ୍ୟମାନେ ଚାହିଁଲେ ନୂଆମୋଟର ଯାନ ଆଇନରେ ଥିବା ଜୋରିମାନା ପରିମାଣକୁ କମାଇପାରିବେ ବା ଆବଶ୍ୟକ ପରିବର୍ତ୍ତନ କରିପାରିବେ । ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଆମ ଦେଶରେ ଅଧିକ । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୧୦ ଗୁଣ ଜରିମାନା ଆଦାୟର ଉଦ୍ଦେଶ୍ୟ ରାଜସ୍ୱ ସଂଗ୍ରହ ନଥିଲା, ବରଂ ଚାଳକମାନଙ୍କୁ ଶୃଙ୍ଖଳିତ କରିବା ।

ସମ୍ବନ୍ଧିତ ଖବର