ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଶନିବାର ଦିନ ଦେଶର କେତେକ ରାଜ୍ୟ ‘ଲକ୍ଡାଉନ୍’ ଅବଧି ବୃଦ୍ଧି କରିଛନ୍ତି।
ଶନିବାର ଦିନ ତାମିଲନାଡୁରେ ୩୫,୮୭୩ ସଂକ୍ରମଣ ମାମଲା ଚିହ୍ନଟ ହେବାରୁ ମେ ୨୪ ତାରିଖରେ ଶେଷ ହେବାକୁ ଥିବା ‘ଲକ୍ଡାଉନ୍’ ଅବଧିକୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଆଉ ଏକ ସପ୍ତାହ ନିମନ୍ତେ ବୃଦ୍ଧି କରିଛନ୍ତି। ସେହିଭଳି, କେରଳ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ପ୍ରଭୃତି ଅନ୍ୟ ଦାକ୍ଷିଣାତ୍ୟ ରାଜ୍ୟମାନେ ମଧ୍ୟ ଏଥିପୂର୍ବରୁ ‘ଲକ୍ଡାଉନ୍’ ସମୟସୀମା ବୃଦ୍ଧି କରିସାରିଛନ୍ତି। ଆନ୍ଧ୍ରପ୍ରଦେଶରେ ମଧ୍ୟ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରାଯାଇଛି।
ଶନିବାର ଦିନ ଉତ୍ତରପ୍ରଦେଶ ସରକାର ମଧ୍ୟ ମେ ୩୧ ତାରିଖ ପର୍ଯ୍ୟନ୍ତ ଆଂଶିକ କରୋନା କର୍ଫ୍ୟୁ କରିଛନ୍ତି। କୋଭିଡ୍-୧୯ ସଂକ୍ରାନ୍ତ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଫ୍ୟୁ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟବ୍ୟାପୀ ଆଂଶିକ କରୋନା କର୍ଫ୍ୟୁ ସକାରାତ୍ମକ ଫଳ ଦେବା ସହ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାରେ ସହାୟତା କରିଛି। ଜନତା ମଧ୍ୟ ଭଲଭାବେ ସହଯୋଗ କରୁଛନ୍ତି। ସକ୍ରିୟ କରୋନାସଂକ୍ରମଣ ମାମଲା ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ଏସବୁ କଥା ବିଚାର କରି, ମେ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।
/sambad/media/post_attachments/wp-content/uploads/2021/05/ld1.jpg) Image Courtesy of NDTV
 Image Courtesy of NDTVସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକାକରଣ, କଳକାରଖାନା କାର୍ଯ୍ୟକଳାପ, ଡାକ୍ତରୀ ଓ ସ୍ବାସ୍ଥ୍ୟବିଜଡ଼ିତ ସେବା ଓ ଯାତାୟାତ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ ସେବା ଚାଲୁ ରହିବ।
ସୂଚନାଯୋଗ୍ୟ, ଶନିବାର ଦିନ ଉତ୍ତରପ୍ରଦେଶରେ ୫,୯୬୪ଟି ସଂକ୍ରମଣ ମାମଲା ରେକର୍ଡ କରାଯାଇଛି।
ସେହିଭଳି, ସଂକ୍ରମଣ ମାମଲା ତେଜିବାରୁ ଜମ୍ମୁ ଓ କଶ୍ମୀର ମଧ୍ୟ ମେ ୩୧ ତାରିଖ ପର୍ଯ୍ୟନ୍ତ କରେନା କର୍ଫ୍ୟୁ ବୃଦ୍ଧି କରିଛି। ମେ ୨୪ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପୂର୍ବରୁ ଜମ୍ମୁ ଓ କଶ୍ମୀର ଘୋଷଣା କରିଥିଲା। କିନ୍ତୁ, ଅର୍ଥନୈତିକ କାର୍ଯ୍ୟକଳାପରେ ବାଧା ନ ହେବା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
ଏହା ବ୍ୟତିରେକେ, ଉତ୍ତରପୂର୍ବାଞ୍ଚଳରେ ମିଜୋରାମ ସରକାର ମଧ୍ୟ ଶନିବାର ଦିନ ଅଏଜ୍ୱାଲ୍ ଏବଂ ଅନ୍ୟ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ମେ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ନାଗାଲାଣ୍ଡ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶ ଆଜି ରାଜ୍ୟମାନେ ମଧ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/ld.jpg)
