ମଦ ର ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରମାନେ ବିଚାର କରନ୍ତୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସହରରେ ମଦ ଦୋକାନ ଖୋଲିବା ପରେ ସେଗୁଡ଼ିକ ସାମନାରେ ପ୍ରବଳ ଗହଳି ପରିଲକ୍ଷିତ ହୋଉଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ତେବେ ଏ ପ୍ରସଙ୍ଗରେ ଆଜି ଏକ ଗୁରୁତ୍ୱପୂର୍ଣ ମତାମତ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ମଦର ହୋମ ଡେଲିଭରି କରିବା ଉପରେ ସରକାର ବିଚାର କରନ୍ତୁ । ତେବେ ଏ ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଜାରି କରିନାହାନ୍ତି ବରଂ ଏହି ପ୍ରସ୍ତାବ ଉପରେ କେବଳ ବିଚାର କରିବାକୁ ସରକାରଙ୍କୁ କହିଛନ୍ତି । ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ଏକ ତିନି ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଖଣ୍ଡପୀଠ ଏହି ମତାମତ ଦେଇଛନ୍ତି ।

ଲକଡାଉନ ଯୋଗୁଁ ପ୍ରାୟ ଦେଢ ମାସ ବନ୍ଦ ରହିବା ପରେ ଗତ ୪ ତାରିଖରୁ ଦେଶର ବିଭିନ୍ନ ସହରରେ ମଦ ଦୋକାନ ଖୋଲିଛି । ତେବେ ମଦ ଦୋକାନ ଖୋଲିବା ପରେ ଗ୍ରାହକଙ୍କ ପ୍ରବଳ ଭୀଡ଼ ପରିଲକ୍ଷିତ ହୋଇଥିଲା । ଲୋକେ ସାମାଜିକ ଦୂରତ୍ୱ ନିୟମ ନ ମାନି ମଦ ଦୋକାନ ଆଗରେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖାଯାଇଥିଲା । ବିଭିନ୍ନ ରାଜ୍ୟ ମଦ ଉପରେ ଟିକସ ବଢାଇବା ସତ୍ତ୍ବେ ତାହା ଲୋକଙ୍କ ଆଗ୍ରହକୁ କମାଇପାରି ନଥିଲା ।

ସମ୍ବନ୍ଧିତ ଖବର