୩ଦିନ ମଧ୍ୟରେ କରୋନା ଟିକାର ୫୧ଲକ୍ଷ ଡୋଜ ଗ୍ରହଣ କରିବ ରାଜ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧.୮୪ କୋଟିରୁ ଅଧିକ କରୋନା ଟିକାର ଡୋଜ ଉପଲବ୍ଧ ଥିବାବେଳେ ଆସନ୍ତା ତିନି ଦିନ ମଧ୍ୟରେ ପ୍ରାୟ ୫୧ ଲକ୍ଷ ଡୋଜ ରାଜ୍ୟମାନେ ଶୀଘ୍ର ଗ୍ରହଣ କରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |

କେନ୍ଦ୍ର କହିଛି ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୨୦କୋଟିରୁ ଅଧିକ ଡୋଜ (୨୦,୨୮,୦୯,୨୫୦) ମାଗଣାରେ ଯୋଗାଇ ଦିଆଯାଇଛି। ଏଥିମଧ୍ୟରୁ, ଶନିବାର ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ, ଅପଚୟ ସମେତ ହାରାହାରି ୧୮,୪୩,୬୭,୭୭୨ ଡୋଜ ବ୍ୟବହାର କରାଯାଇଛି |

Coronavirus: States To Receive Nearly 51 Lakh Covid Vaccine Doses In Next 3  Days, Says Centre
NDTV.com

ତେବେ ଦେଶର ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖାଯାଇଥିବା ବେଳେ ୫୧ଲକ୍ଷ ଡୋଜ ଦିଆଯିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ୫୧ଲକ୍ଷ ଡୋଜ ଆସିବା ପରେ ଟିକାର ଅଭାବ କେତେକାଂଶରେ କମ ହେବ ବୋଲି ଆଶା କରାଯାଉଛି |

ଉଲ୍ଲେଖଯୋଗ୍ୟ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୧,୧୭୦  କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪,୦୭୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୬,୮୪,୦୭୭ ଓ ମୃତ୍ୟୁସଂଖ୍ୟା ୨,୭୦,୨୮୪ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୬୨,୪୩୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୦୭,୯୫,୩୩୫ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬,୧୮,୪୫୮।

ସମ୍ବନ୍ଧିତ ଖବର