ଏହି ସବୁ ରାଜ୍ୟରେ ଜୁନ ୩୦ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ପଞ୍ଚମ ପାଳି ଲକଡାଉନ ଘୋଷଣା କରାଯାଇଥିଲା । କେବଳ କଣ୍ଟେନମେଣ୍ଟ ଜୋନ ଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ ବୋଲି ସ୍ପଷ୍ଟ କରିଥିଲା ଗୃହ ମନ୍ତ୍ରାଳୟ । ଏଥର କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସବୁ ଜୋନରୁ ଅଧିକାଂଶ ନିୟମାବଳୀକୁ କୋହଳ କରାଯିବାକୁ ଥିବାରୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ ଏହାକୁ ଲକଡାଉନ କୁହାନଯାଇ ଅନଲକ-୧ କୁହାଯିବ ବୋଲି କହିଥିଲା ଗୃହ ମନ୍ତ୍ରାଳୟ ।

ତେବେ ଆଜି କେନ୍ଦ୍ରର ନିଷ୍ପତ୍ତି ପରେ କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜ ରାଜ୍ୟରେ ଲକଡାଉନ ଅବଧିକୁ ଜୁନ ୩୦ ପର୍ଯ୍ୟନ୍ତ ବଢ଼ାଇଛନ୍ତି | ଆଜି ଲକ୍‌ଡାଉନ ଅବଧିକୁ ବଢ଼ାଇ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ତାମିଲନାଡୁ, ହିମାଚଳ ପ୍ରଦେଶ, ଗୋଆ, ରାଜସ୍ଥାନ ଏବଂ ମେଘାଳୟ | ଏହି ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜୁନ ୩୦ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇଛନ୍ତି | ଏହା ସହ ନିଜ ରାଜ୍ୟରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାରମାନେ ନିଜ ଅନୁସାରେ ପ୍ରଥମ ପର୍ଯ୍ୟାୟର ଲକଡାଉନ ନିୟମ କୋହଳ କରିଥିବା ଜଣା ପଡିଛି | ତେବେ ରାଜ୍ୟର କଣ୍ଟେଣ୍ଟମେଣ୍ଟ ଜୋନରେ ଜୁନ ୩୦ପର୍ଯ୍ୟନ୍ତ ଲକଡାଉନ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏହି ୧୦ଟି ରାଜ୍ୟର ରାଜ୍ୟ ସରକାର |

The Financial Express

ସୂଚନା ମୁତାବକ, ୩ଟି ପର୍ଯ୍ୟାୟରେ ଲାଗିଥିବା ପ୍ରତିବନ୍ଧକ କୋହଳ କରାଯିବ ବୋଲି କୁହାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ, ଅନ୍ୟାନ୍ୟ ଆତିଥ୍ୟ ସେବା ଏବଂ ସପିଂ ମଲ୍, ଧାର୍ମିକ ସ୍ଥାନ ଏବଂ ପୂଜାପାଠ ସ୍ଥାନଗୁଡିକ ଜୁନ୍ ୮ରୁ ଖୋଲିବାକୁ ଅନୁମତି ଦିଆଯିବ | କେନ୍ଦ୍ରୀୟ ମନ୍ତ୍ରାଳୟ/ ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରି ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ କୋଭିଡ -୧୯ର ପ୍ରସାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉପରୋକ୍ତ କାର୍ଯ୍ୟକଳାପ ପାଇଁ ଏସଓପି ଜାରି କରିବ ବୋଲି ଗୃହ ମନ୍ତ୍ରାଳୟ ନିର୍ଦେଶାବଳୀ ଜାରି କରିଥିଲା |

ସମ୍ବନ୍ଧିତ ଖବର