ପାଣି ଟାଙ୍କିରେ ଟଏଲେଟ ପାଇପ ସଂଯୋଗ କଲେ ସଫେଇ କର୍ମଚାରୀ, ନିଲମ୍ବିତ ହେଲେ ଷ୍ଟେସନ ମାଷ୍ଟର

ଇନ୍ଦୋର: ରେଳ ଯାତ୍ରୀଙ୍କ ପାଇଁ ଥିବା ପାଣି ଟାଙ୍କିରେ ଟଏଲେଟ ପାଇପ ସଂଯୋଗ କଲେ ସଫେଇ କର୍ମଚାରୀ | ଆଉ ସଫେଇ କର୍ମଚାରୀଙ୍କ କାମକୁ ତଦାରଖ କରିନଥିବାରୁ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛି ରେଳ ମନ୍ତ୍ରାଳୟ | ମଧ୍ୟପ୍ରଦେଶର ମନ୍ଦସୌରର ଏକ ରେଳ ଷ୍ଟେସନରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୧ ତାରିଖରେ ଗାରଥ ରେଳଷ୍ଟେସନରେ ଜଣେ ସଫେଇ କର୍ମଚାରୀ ରେଳ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପାଣି ଟାଙ୍କିରେ ଭୁଲବଶତଃ ପାଣି ପାଇପ ସଂଯୋଗ କରିବା ବଦଳରେ ଟଏଲେଟ ପାଇପକୁ ସଂଯୋଗ କରିଦେଇଥିଲେ | ଆଉ ପାଣି କଳରେ ଦୁର୍ଗନ୍ଧମୟ ପାଣି ବାହାରିବା ପରେ ଘଟଣା ବାବଦରେ ଜଣାପଡିଥିଲା |


ଏହା ପରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ | ଘଟଣା ବାବଦରେ ରେଳବାଇର କୋଟା ଡିଭିଜନ ଜାଣିବା ପରେ ବରିଷ୍ଠ ଡିଭିଜନ ପରିଚାଳକ ଅଜୟ କୁମାର ପାଲ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଥିବାବେଳେ ସଫେଇ କର୍ମଚାରୀଙ୍କୁ ଛଟେଇ କରିଦେଇଛନ୍ତି |

ଅଜୟ କୁମାର ପାଲ କହିଛନ୍ତି ଯେ ଏକ ଘରୋଇ ସଂସ୍ଥାର ସଫେଇ କର୍ମଚାରୀ ପାନୀୟ ଜଳ ଥିବା ଟାଙ୍କିରେ ଟଏଲେଟ ପାଇପକୁ ଯୋଡି ଦେଇଥିଲା | ଆଉ ଷ୍ଟେସନ ମାଷ୍ଟର ଏବାବଦରେ ତଦାରଖ କରିନଥିବାରୁ ଷ୍ଟେସନମାଷ୍ଟର ଚାଉଥମାଲ ମୀନାଙ୍କୁ ନିଲମ୍ବିତ କରାଯାଇଛି ଏବଂ ସଫେଇ କର୍ମଚାରୀଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି |

ସମ୍ବନ୍ଧିତ ଖବର