ବନ୍ୟାରେ ଧୋଇଗଲା ହାତୀର ଗୋଡ଼

ଶ୍ରୀକାକୁଲମ: ବନ୍ୟାରେ ଧୋଇଗଲା ହାତୀର ଗୋଡ, ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି, ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | କାରଣ କୌଣସି ଜୀବନ୍ତ ହାତୀର ଗୋଡ ଭାସିଯାଇନାହିଁ ବରଂ ଏକ ହାତୀ ମୂର୍ତ୍ତିର ଗୋଡ ପ୍ରଥମେ ଭାସିଯାଇଥିଲା | ପରେ ହାତୀଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା | ଏଭଳି ଏକ ଦୃଶ୍ୟ କଳିଙ୍ଗପାଟନମ ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା |

ଏଠାରେ ନିର୍ମାଣ କରାଯାଇଥିବା ହାତୀ, ଜିରାଫ ଓ ବୁଦ୍ଧଙ୍କର ମୂର୍ତ୍ତି ସମୁଦ୍ରରେ ଭାସିଯାଇଥିଲା | ଉଚ୍ଚ ଜୁଆର ଆସି ଏହି ସବୁ ମୂର୍ତ୍ତିକୁ ଭସାଇନେଇଥିଲା | ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସବୁ ମୂର୍ତ୍ତି ସ୍ଥାପନ କରାଯାଇଥିଲା | ତେବେ ସମୁଦ୍ରରେ ଉଚ୍ଚ ଜୁଆର ଏହି କଂକ୍ରିଟ ନିର୍ମିତ ମୂର୍ତ୍ତି ସବୁକୁ ଭସାଇନେଇଥିଲା |

ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗପାଟନମ ପାର୍ଶ୍ୱ ଦେଇ ବୋହିଯାଇଥିବା ନାଗାବଳି ଓ ବଂଶଧାରାର ଜଳସ୍ତର ବଢିଥିଲା | ଯାହାଫଳରେ ସମୁଦ୍ରରେ ମଧ୍ୟ ଜଳସ୍ତର ବଢିଥିଲା | ପରେ ସମୁଦ୍ର ବେଳାଭୂମିରେ ଥିବା ଏହି ସବୁ କଳାକୃତିକୁ ସମୁଦ୍ର ଭସାଇନେଇଥିଲା |

ସମ୍ବନ୍ଧିତ ଖବର