ମେଲବୋର୍ନ୍ : ମେଲବୋର୍ନ୍ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ଭାରତ ସରକାରଙ୍କ ଦ୍ବାରା ଏହି ପ୍ରତିମୂର୍ତ୍ତି ମେଲବୋର୍ନ ସରକାରଙ୍କୁ ଉପହାର ସ୍ବରୂପ ଦିଆଯାଇଥିଲା। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ଏବଂ ଅପମାନଜନକ ବୋଲି ମରିସନ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ମରିସନ୍ ଦୁଇଦିନ ତଳେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିବା ବେଳେ ଆଜି ଏହାକୁ କିଛି ଅଜଣା ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ମେଲବୋର୍ନରେ ଭାରତୀୟ ସମ୍ପ୍ରଦାୟ ଏହାର କଡ଼ା ନିନ୍ଦା କରିଛି।
ମେଲବୋର୍ନରେ ଗାନ୍ଧୀ ପ୍ରତିମୂର୍ତ୍ତି ଭଙ୍ଗାରୁଜା
/sambad/media/post_attachments/wp-content/uploads/2021/11/gandhi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)