ବିଜୁଳି କଟିବାରୁ ଷ୍ଟାଚ୍ୟୁ ଅଫ ୟୁନିଟି ଲିଫ୍ଟ ମଧ୍ୟରେ ଫସିଗଲେ ଗୁଜୁରାଟର ବିଜୁଳିମନ୍ତ୍ରୀ, ବିହାର ଉପମୁଖ୍ୟମନ୍ତ୍ରୀ   

ଅହମଦାବାଦ : ଷ୍ଟାଚ୍ୟୁ ଅଫ ୟୁନିଟିରେ ଦିନକୁ ଦିନ ଦର୍ଶକ ସଂଖ୍ୟା ପ୍ରବଳ ହେବାରେ ଲାଗିଛି । ଏହା ଫଳରେ ପ୍ରଶାସନ ପାଇଁ ସମସ୍ୟା ବଢିବାରେ ଲାଗିଛି । ପୂର୍ବରୁ ଏହି ପ୍ରତିମୂର୍ତ୍ତି ଦେଖିବାକୁ ଦିନକୁ ୧୫ ହଜାର ଲୋକ ଆସିବେ ବୋଲି ଅଟକଳ କରାଯାଉଥିଲା, କିନ୍ତୁ ଦର୍ଶକ ସଂଖ୍ୟା ଏହାଠାରୁ ଅଧିକ ହେଉଛନ୍ତି । ଗତ ୧୨ ଦିନ ମଧ୍ୟରେ ଏହାକୁ ପ୍ରାୟ  ଲକ୍ଷାଧିକ ଲୋକ ଦେଖିସାରିଲେଣି । ଫଳରେ ଏତେ ଲୋକଙ୍କୁ ସମ୍ଭାଳିବାକୁ କର୍ତ୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡୁଛି । ସବୁ ଦିନ ଟିକେଟକୁ ନେଇ ଗଣ୍ଡଗୋଳ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ଏତେ ଲୋକଙ୍କୁ ଲିଫ୍ଟରେ ନେବା ସମ୍ଭବ ହେଉ ନାହିଁ । ଲିଫ୍ଟର ଦୈନିକ କ୍ଷମତା ମାତ୍ର ୫ ହଜାର ରହିଛି । ଆଜି ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଓ ଗୁଜୁରାଟର ଶକ୍ତିମନ୍ତ୍ରୀ ସୌରଭ ପଟେଲ ଲିଫ୍ଟ ଦେଇ ଉପରକୁ ଉଠୁଥିବାବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଉଭୟେ କିଛିମିନିଟ ଧରି ଅଧାବାଟରେ ଅଟକି ରହିଥିଲେ । ବିଜୁଳି ଆସିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।

ସମ୍ବନ୍ଧିତ ଖବର