ସୋମବାରଦିନ ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବା ପାଇଁ ଟିକେଟ କରନ୍ତୁ ନାହିଁ, କାହିଁକି ଜାଣନ୍ତୁ

ଅହମଦାବାଦ : ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।  ପ୍ରତିଦିନ ହଜାର ହଜାର ଲୋକ ଏହାକୁ ଦେଖିବାକୁ ଭୀଡ ଜମାଉଛନ୍ତି । ପ୍ରବଳ ଦର୍ଶକ ଆସୁଥିବାରୁ  ପରିଚାଳନାରେ କେତେକ ସମସ୍ୟା ଦେଖାଦେଇଛି । ମୂର୍ତ୍ତି ଭିତରେ ଲାଗିଥିବା ଲିଫ୍ଟରେ ଦିନକୁ ପ୍ରାୟ ୫ ହଜାର ଲୋକ ହିଁ ଯାଇପାରିବେ । ସେହିପରି  ମୂର୍ତ୍ତି ଭିତରେ ୧୩୫ ମିଟର ଉଚ୍ଚରେ ଥିବା ଗ୍ୟାଲେରୀରେ ଗୋଟିଏ ଥରରେ ମାତ୍ର ୨୦୦ ଦର୍ଶକ ଦେଖିପାରିବେ । ଏଣୁ ଏତେ ଲୋକଙ୍କୁ କିପରି ଦେଖିବାକୁ ସୁଯୋଗ ଦିଆଯିବ ତାହାକୁ ବିଚାରକୁ ନେଇ ଗୁଜୁରାଟ ସରକାର ଏକ ନୂଆ ବ୍ୟବସ୍ଥା କରିଛନ୍ତି । ଏଣିକି ଅନଲାଇନରେ ଟିକେଟ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଦର୍ଶକମାନେ ଅନଲାଇନରେ ଟିକେଟ ବୁକିଂ କରି ନିଜ ପସନ୍ଦର ସମୟ ବାଛିପାରିବେ । ଅନଲାଇନରେ ବସ ଟିକେଟ ମଧ୍ୟ କରିପାରିବେ ।   https://www.soutickets.in/index.php  ସାଇଟ୍‌ରେ ଅନଲାଇନ ଟିକେଟ ବୁକ କରିହେବ । ତେବେ ସୋମବାର ଦିନ ପାଇଁ ଟିକେଟ କରନ୍ତୁ ନାହିଁ । ସୋମବାର ଦିନ ଷ୍ଟାଚ୍ୟୁ ଅଫ ୟୁନିଟି ବନ୍ଦ ଥାଏ ।

ସମ୍ବନ୍ଧିତ ଖବର