ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବାକୁ ହେଲିକପ୍ଟର ସୁବିଧା : ୧୦ ମିନିଟ୍‌କୁ ୨୯୦୦ ଟଙ୍କା

ନୂଆଦିଲ୍ଲୀ : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ସ୍ମୃତିରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଦେଖିବାପାଇଁ ଏବେ ହେଲିକପ୍ଟର ସୁବିଧା ଆରମ୍ଭ ହୋଇଛି। ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ଭଲଭାବେ ଦେଖିବାପାଇଁ ଗତ ରବିବାରଠାରୁ ଆରମ୍ଭ ହୋଇଛି ହେଲିକପ୍ଟର ସୁବିଧା। ଗତକାଲି ଏହି ସୁବିଧା ଆରମ୍ଭ ହେବାପରେ ୫୯ ଜଣ ପର୍ଯ୍ୟଟକ ଏବଂ ୬ ଗଣମାଧ୍ୟମ ପ୍ରତିନିଧି ଏହି ସୁବିଧା ଉପଲବ୍ଧ କରିଛନ୍ତି। ୧୦ ମିନିଟ୍‌ ଉଡ଼ିବାପାଇଁ ୨,୯୦୦ ଟଙ୍କା ଦେବାକୁ ପଡ଼ୁଛି। ପ୍ରାୟ ୩୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଦେଖିବାପାଇଁ ପ୍ରତିଦିନ ପ୍ରାୟ ୧୫,୦୦୦ ପର୍ଯ୍ୟଟକ ଆସୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାଯାଇଛି। ପ୍ରତିମୂର୍ତ୍ତି ଉନ୍ମୋଚନ ‌ହେବାର ୧୧ ଦିନ ମଧ୍ୟ‌ରେ ଏଠାକୁ ୧.୩ ଲକ୍ଷ ପର୍ଯ୍ୟଟକ ଆସିଥିଲେ।

ସମ୍ବନ୍ଧିତ ଖବର