ଷ୍ଟାଚ୍ୟୁ ଅଫ ୟୁନିଟି ଯୋଗୁଁ ମାଲାମାଲ ହେବେ ଗୁଜୁରାଟ ସରକାର, ୨୦୨୦ ସୁଦ୍ଧା ଗୁଜୁରାଟକୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା ବର୍ଷକୁ ୭.୫ କୋଟି ଟପିବ

ଗାନ୍ଧିନଗର : ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରି ନିର୍ମଦା ନଦୀ ଉପରେ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣକୁ ନେଇ ଏ ପର୍ଯ୍ୟନ୍ତ ଦେଶରେ ବାଦବିବାଦ ଲାଗି ରହିଛି । ଏକ ମୂର୍ତ୍ତି ନିର୍ମାଣ ଲାଗି ଏତେ ଅର୍ଥ ଖର୍ଚ୍ଚ କରିବାକୁ ଅନେକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଛନ୍ତି । କିନ୍ତୁ ବେଶ ଦୂରଦୃଷ୍ଟି ନେଇ ଯେ ଏହି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ହୋଇଛି ତାହା ଧୀରେ ଧୀରେ ପ୍ରମାଣିତ ହେବାରେ ଲାଗିଛି । ଏହି ଷ୍ଟାଚ୍ୟୁ ଯୋଗୁଁ ଗୁଜୁରାଟର ପର୍ଯ୍ୟଟନ ଶିଳ୍ପ ମାଲାମାଲ ହେବାକୁ ଯାଉଛି ।

ଏବେ ଗୁଜୁରାଟକୁ ବର୍ଷକୁ ପ୍ରାୟ ୫ କୋଟି ପର୍ଯ୍ୟଟକ ଆସୁଥିବାବେଳେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୭.୫ କୋଟିକୁ ବୃଦ୍ଧି ପାଇବ ବୋଲି ଗୁଜୁରାଟ ପର୍ଯ୍ୟଟନ ବିକାଶ ନିଗମର ମୁଖ୍ୟ ସନାତନ ପାଞ୍ଚୋଲି କହିଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟକୁ ଆସିବାକୁ ଥିବା ୭.୫ କୋଟି ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ବଡ଼ ଭାଗ ଏହି ଷ୍ଟାଚ୍ୟୁ ଦେଖିବାକୁ ଆସିବେ ।

ଏହା ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ୱ ଆୟ କରିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଗତ ଅକ୍ଟୋବର ୩୧ରେ ଉନ୍ମୋଚିତ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଏ ପର୍ଯ୍ୟନ୍ତ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏବେ ଦିନକୁ ପ୍ରାୟ ୩୦ ହଜାର ପର୍ଯ୍ୟଟକ ଆସୁଛନ୍ତି ।

ସମ୍ବନ୍ଧିତ ଖବର