ମୋଇଲିଙ୍କ ପରେ ଚିଦାମ୍ବରମଙ୍କ ଟାର୍ଗେଟରେ ବାୟୁସେନା : ରାଫେଲ ବିବାଦରୁ ଦୂରେଇ ରହିବାକୁ ବାୟୁସେନାକୁ ନାଲିଆଖି ଦେଖାଇଲେ

ନୂଆଦିଲ୍ଲୀ : ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କଂଗ୍ରେସ ବାରମ୍ବାର ଦେଶର ପ୍ରତିରକ୍ଷା ବାହିନୀକୁ ମଧ୍ୟ ଟାର୍ଗେଟ କରିବାକୁ ପଛାଉନାହିଁ । ଗତ କାଲି ବରିଷ୍ଠ କଂଗ୍ରେସ ନେତା ବିରାପ୍ପା ମୋଇଲିଙ୍କ ପରେ ଆଜି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ବାୟୁସେନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବାୟୁସେନା ଏହି ରାଫେଲ ବିବାଦରେ ମୁଣ୍ଡ ପୁରାଇବା ଉଚିତ ନୁହେଁ । କାରଣ କେହି ମଧ୍ୟ ରେଫେଲର କ୍ଷମତା ଉପରେ ପ୍ରଶ୍ନ ଉଠାଉନାହିଁ, ବରଂ ଏହି ଡିଲ୍‌ ଉପରେ ପ୍ରଶ୍ନ ଉଠାଯାଉଛି ।


ଗତକାଲି ବିରାପ୍ପା ମୋଇଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ବିଏସ ଧାନୋଆଙ୍କୁ ମିଛୁଆ କହିଥିଲେ । ବାୟୁସେନା ମୁଖ୍ୟ ସତ୍ୟକୁ ଲୁଚାଉଛନ୍ତି ବୋଲି ସେ କହିଥିଲେ । ତେବେ ମୋଇଲିଙ୍କ ଏହି ମନ୍ତବ୍ୟକୁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ବିରୋଧ କରିବା ସହ କହିଥିଲେ ଯେ ସେ କେବଳ ବାୟୁସେନା ନୁହେଁ ଦେଶକୁ ଅପମାନିତ କରିଛନ୍ତି ।

ଗତ ୧୯ ତାରିଖ ଦିନ ବାୟୁସେନା ମୁଖ୍ୟ ଜୟପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିବା ଅବସରରେ କହିଥିଲେ ଯେ ରାଫେଲ ଭାରତୀୟ ବାୟୁସେନା ପାଇଁ ବେଶ ଜରୁରୀ । ପ୍ରତିରକ୍ଷା କିଣାବିକାରେ ରାଜନୀତି ପୁରାଇବା ଉଚିତ ନୁହେଁ ବୋଲି ସେ କହିଥିଲେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର