ଭାରତରେ ମିଳିଲା ଓମିକ୍ରନର ନୂଆ ଭେରିଏଣ୍ଟ ବିଏ-୨

ଇନ୍ଦୋର: ସଂପ୍ରତି ସାରା ପୃଥିବୀରେ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନାର ଆଉ ଏକ ନୂତନ ଭେରିଏଣ୍ଟ ବା ପ୍ରଜାତି ବିଏ-୨ର ମାମଲା ଭାରତରେ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଓମିକ୍ରନର ଉପ ଭେରିଏଣ୍ଟ ବିଏ-୨ ଦେଖିବାକୁ ମିଳିଛି। ଏହା ଦ୍ଵାରା ଭୋପାଳରେ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି । ଅନ୍ୟ ପକ୍ଷରେ ଦେଶସାରା ୫୩୦ଟି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି ।

ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଡେନମାର୍କ ଦେଶରେ ବିଏ-୨ର ମାମଲା ସାମନାକୁ ଆସିଛି । ଏହି ଭେରିଏଣ୍ଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଆହ୍ଵାନ ଭରା ହେବ। ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍ ରେ ବି ଏହା ଧରା ପଡୁନାହିଁ । ତେଣୁ ଏହାକୁ ‘ଷ୍ଟେଲ୍ଥ‘ ଅର୍ଥାତ୍ ଲୁଚି ରହିଥିବା ଭେରିଏଣ୍ଚ (ପ୍ରକାର)କୁହାଯାଉଛି । ବ୍ରିଟେନ୍, ସ୍ଵିଡେନ ଓ ସିଙ୍ଗାପୁରରୁ ୧୦୦ରୁ ଅଧିକ ନମୁନା ଯାଞ୍ଚ ପାଇଁ ପଠାଯାଇଛି ।

ଏହି ନୂତନ ଭେରିଏଣ୍ଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ଜଣା ପଡିନାହିଁ । ବ୍ରିଟେନ ସ୍ଵାସ୍ଥ୍ୟ ସୁରକ୍ଷା ସଂସ୍ଥା ଅନୁସାରେ ବ୍ରିଟେନରେ ପ୍ରଥମ ଥର ପାଇଁ ୬ ଡିସେମ୍ବର ୨୦୨୧ରେ ‘ଷ୍ଟେଲ୍ଥ‘ ଭେରିଏଣ୍ଟ ବିଷୟରେ ଜଣା ପଡିଥିଲା । ସେଠାରେ ଏହାର ୪୨୬ଟି ମାମଲା ଜଣାପଡିଛି । ଏହାକୁ ବ୍ରିଟେନରେ ଯାଞ୍ଚ କରାଯାଉଥିବା(ଅଣ୍ଡର୍ ଇନଭେଷ୍ଟିଗେସନ) ଶ୍ରେଣୀରେ ରଖା ଯାଇଛି ।

କରୋନାର ଏହି ନୂଆ ଭେରିଏଣ୍ଟ ଓମିକ୍ରନ ପରି ଅଟେ । ଓମିକ୍ରନ ପରି ଏହାକୁ ଜେନେଟିକ୍ ସିକ୍ଵେନ୍ସିଂ ଦ୍ଵାରା ଚିହ୍ନଟ କରାଯାଇ ପାରିବ । କରୋନାର ସମସ୍ତ ଭେରିଏଣ୍ଟ ଉପରେ ଗବେଷଣା କରୁଥିବା ଜେନେଭା ବିଶ୍ଵବିଦ୍ୟାଳୟର ନିର୍ଦେଶକ ଫ୍ଲେହାଲ୍ଟ କହିଛନ୍ତି, ଏହାର ନାମ ଶୁଣି ହଡବଡେଇବାର ଆବଶ୍ୟତକା ନାହିଁ କିନ୍ତୁ ସତର୍କ ରହିବାକୁ ପଡିବ । ଏହା ଓମିକ୍ରନ ପରି ସଂକ୍ରାମକ ଅଟେ କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ ଏହା କେତେ ବିପଦଜନକ ।

ସମ୍ବନ୍ଧିତ ଖବର