ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କ ତାଜମହଲ ଦେଖିବା ଇଚ୍ଛା ଯୋଗୁଁ ଭାରତରେ ଥିବା ଐତିହାସିକ ସ୍ମାରକୀ ସବୁ ଦିବ୍ୟାଙ୍ଗ-ଅନୁକୂଳ ହୋଇପାରିଲା

ନୂଆଦିଲ୍ଲୀ: ଲାଲ୍‌ କିଲା, ହୁମାୟୁନ୍‌ଙ୍କ କବର, ଜନ୍ତରମନ୍ତର, କୁତୁବ ମୀନାର ଏବଂ ତାଜମହଲ ଦେଖିବା ଅଭିପ୍ରାୟ ନେଇ ପ୍ରାୟ ୧୭ ବର୍ଷ ତଳେ ଷ୍ଟିଫେନ୍‌ ହକିଙ୍ଗ୍‌ ଭାରତ ଆସିଥିଲେ।

ଏସବୁ ସ୍ଥାନ ପରିଦର୍ଶନ କରିବା ପାଇଁ ତାଙ୍କର ବ୍ୟାକୁଳତା ତାଙ୍କୁ ‘ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ପ୍ରମୋସନ୍‌ ଅଫ୍‌ ଏମ୍ପ୍ଲଏମେଣ୍ଟ୍‌ ଫର୍‌ ଡିଜାବ୍ଲଡ୍‌ ପିପଲ’ର ତତ୍‌କାଳୀନ ଅବୈତନିକ ନିର୍ଦେଶକ, ଜାେଓ୍ଵଦ ଅବିଦିଙ୍କୁ ପତ୍ର ଲେଖିବାକୁ ବାଧ୍ୟ କରାଇଥିଲା। ସେ ଚିଠିକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ହସ୍ତାନ୍ତର କରାଯାଇଥିଲା। ଏନ୍‌ସିପିଇଡିପି ଐତିହାସିକ ସ୍ମାରକୀରେ ପରିବର୍ତ୍ତନ କରାଇବାକୁ ଚାହୁଁଛି ଜାଣି ସେମାନେ ଆଘାତ ପାଇଥିଲେ।

Hawking with then President K R Narayanan in Delhi

ହକିଙ୍ଗ୍‌ଙ୍କର ଏ ଭଳି ଅଭିଳାଷ ଅଧିକାରୀମାନଙ୍କୁ କିଂକର୍ତ୍ତବ୍ୟବିମୂଢ଼ କରି ପକାଇଥିଲା। ଫଳତଃ ରାତାରାତି ଏଏସ୍‌ଆଇ ଏହି ସ୍ଥଳଗୁଡ଼ିକୁ ଦିବ୍ୟାଙ୍ଗ-ଅନୁକୂଳ କରି ପକାଇଥିଲା। ଏଥିପାଇଁ ଦେଶର ଦିବ୍ୟାଙ୍ଗମାନେ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ମଧ୍ୟ ହକିଙ୍ଗ୍‌ଙ୍କ ଗସ୍ତ ପାଇଁ ତାହା କ୍ଷଣିକରେ ହୋଇ ପାରିଲା। ୪ଟି ସ୍ମାରକୀ ସ୍ଥଳରେ ଅସ୍ଥାୟୀ କାଠ ର‍୍ୟାମ୍ପ୍‌ ନିର୍ମାଣ ହୋଇଥିଲା।

Hawking at Qutab Minar

ଦୁଃଖର ବିଷୟ ହକିଙ୍ଗ୍‌ ତାଜମହଲ ଦେଖି ନ ପାରି ଫେରି ଯାଇଥିଲେ। ହକିଙ୍ଗ୍‌ ଗସ୍ତ ପରେ ପରେ ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅନନ୍ତ କୁମାର ତାଜମହଲ ସମେତ ଭାରତରେ ଥିବା ସମସ୍ତ ବିଶ୍ୱ ଐତିହ୍ୟସ୍ଥଳୀକୁ ଦିବ୍ୟାଙ୍ଗଅନୁକୂଳ କରିବାକୁ ବିରାଟ ଯୋଜନା ହେଉଥିବା କଥା ଘୋଷଣା କରିଥିଲେ।

୨୦୧୬ ଅର୍ଥାତ୍‌ ହକିଙ୍ଗ୍‌ଙ୍କ ଗସ୍ତର ୧୫ ବର୍ଷ ପରେ ଡିଇପିଡବ୍ଲୁଡି ଏବଂ ଏଏସ୍‌ଆଇଙ୍କ ମିଳିତ ଉଦ୍ୟମରେ ୫୦ ପ୍ରମୁଖ ସ୍ମାରକୀକୁ ଦିବ୍ୟାଙ୍ଗ-ଅନୁକୂଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର