୧୪ ହଜାର ୫୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ନେଇ ନୂତନ ପ୍ରମାଣ ମିଳିବାପରେ  କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ପଚରାଉଚରା ପାଇଁ ଡକାଯାଇଛି । ଫୈଜଲଙ୍କୁ ଷ୍ଟାର୍ଲିଙ୍ଗ ବାୟୋଟେକ ମାମଲାରେ ହାଜର ହେବାଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫୈଜଲ ପଟେଲଙ୍କୁ ଜାରି କରିଥିଲା। ଆଗରୁ ଏହି ମାମଲାର ଯାଞ୍ଚ ଲାଗି ଦୁଇ ଥର   ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ  ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲ ହାଜର ହୋଇଥିଲେ। ଆଜି ତାଙ୍କୁ ତୃତୀୟ ଥର ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଷ୍ଟାର୍ଲିଙ୍ଗ ବାୟୋଟେକ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଏଯାଏଁ କରାଯାଇଥିବା ଚଢ଼ଉରେ ହଜାର ହଜାର କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି । ଷ୍ଟାର୍ଲିଙ୍ଗ ବାୟୋଟେକ ଗୁଜୁରାଟର ଏକ ଫାର୍ମା କମ୍ପାନି, ଯେଉଁଥିରେ ଆନ୍ଧ୍ର ବ୍ୟାଙ୍କରେ ଦୁର୍ନୀତି ଅଭିଯୋଗ ରହିଛି । ଏହି ମାମଲା ସହିତ ଅନେକ ନେତା ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ମାସରେ ଅହମଦ ପଟେଲଙ୍କ ଜ୍ୱାଇଁ ଇରଫାନ ସିଦ୍ଦିକିଙ୍କୁ ମଧ୍ୟ ପଚରାଉଚରା କରିଥିଲା । ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ଭଦୋଦରାସ୍ଥିତ କମ୍ପାନିର ମାଲିକ ଓ ପ୍ରମୋଟର୍ସ ସନ୍ଦେସରା ଭାଇଙ୍କ ସହିତ ନିଜର କଥିତ ସଂପର୍କ ବାବଦରେ କହିବା ପରେ ସିଦ୍ଦିକୀଙ୍କ ବୟାନ ପିଏମଏଲଏ ଭାବରେ ରେକର୍ଡ କରାଯାଇଥିଲା ।

Image result for faisal patel
image source-indiatoday

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଇରଫାନ ସିଦ୍ଦିକି ଓ ଫୈଜଲ ପଟେଲଙ୍କ ବିରୋଧରେ ୧୪ ହଜାର ୫୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ନେଇ ନୂତନ ପ୍ରମାଣ ମିଳିଛି । ଏହି ମାମଲାରେ ଫୈଜଲ ପଟେଲଙ୍କୁ ପ୍ରଶ୍ନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 

 

ସମ୍ବନ୍ଧିତ ଖବର