ଷ୍ଟେରଲାଇଟ୍‌ ଗୁଳିକାଣ୍ଡ : ବିକ୍ଷୋଭକାରୀଙ୍କ ମୁଣ୍ଡ ଓ ଛାତିକୁ ଗୁଳି କରାଯାଇଥିଲା

ଥୁଥୁକୁଡ଼ି : ତାମିଲନାଡୁର ଥୁଥୁକୁଡ଼ିର ବେଦାନ୍ତ କପର ପ୍ଲାଣ୍ଟକୁ ବିରୋଧ କରି ହୋଇଥିବା ବିକ୍ଷୋଭର ଅନେକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ବିରୋଧ ପ୍ରଦର୍ଶନ ବେଳେ ୧୩ ଜଣ ବିକ୍ଷୋଭକାରୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ମୁଣ୍ଡ ଓ ଛାତକୁ ଗୁଳି କରାଯାଇଥିବା ବେଳେ ଆଉ ଜଣକୁ ପଛରୁ ଗୁଳି କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଜଣେ ୧୭ ବର୍ଷୀୟ ବାଳକର ମୁହଁକୁ ଗୁଳି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବେଦାନ୍ତ କପର ପ୍ଲାଣ୍ଟ ଯୋଗୁ ସାଂଘାତିକ ପ୍ରଦୂଷଣ ହେବାରୁ ଏହାକୁ ବିରୋଧ କରି ଗତ ମେ ୨୨ ତାରିଖ ଦିନ ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇଥିଲେ। ପୁଲିସ ବିକ୍ଷୋଭକାରୀଙ୍କୁ ଆବଶ୍ୟକ ସତର୍କ ନକରାଇ ଆଖିବୁଜା ଗୁଳିମାଡ଼ କରିଥିବା ଏବେ ଜଣାପଡ଼ିଥିବାରୁ ସରକାର ବିରୋଧୀ ଆନ୍ଦୋଳନ ପୁଣି ତେଜିବା ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର