ଗୌହାଟୀ : ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ଖେଳିଥିବା ରକ୍ତାକ୍ତ ହୋଲିର କ୍ଷତ ଏବେ ବି ତାଜା ରହିଛି। ଏହି ହତ୍ୟାକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଘଟଣାକୁ ନେଇ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଥିଲେ ଯେ ଯିଏ ଆସାମରେ ରହି 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେବ, ତା'ର ଗୋଡ ଭାଙ୍ଗି ଦିଆଯିବ।
ଧୁବ୍ରିରେ ପଞ୍ଚାୟତ ନିର୍ବାଚନ ପାଇଁ ଏକ ରାଲିରେ ଭାଷଣ ଦେଇ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ପାହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଛନ୍ତି। ସେ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ସେନାକୁ ଶକ୍ତି ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି, ଯାହା ଦ୍ଵାରା ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ବିଶ୍ୱର ଯେକୌଣସି ସ୍ଥାନରେ ଖୋଜାଯାଇ ହତ୍ୟା କରାଯାଇପାରିବ।
ଆସାମ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, "ପାକିସ୍ତାନୀ ଆତଙ୍କବାଦୀମାନେ ଆସି ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଛନ୍ତି, ଏବଂ ଆମ ମଧ୍ୟରୁ କିଛି ଲୋକ 'ପାକିସ୍ତାନ ଜିନ୍ଦାବାଦ' କହୁଛନ୍ତି। ଆମେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ କରିଛୁ, ଏବଂ ଯଦି କେହି 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦିଅନ୍ତି, ତେବେ ଆମେ ତାଙ୍କ ଗୋଡ ଭାଙ୍ଗି ଦେବୁ।"