ନୂଆଦିଲ୍ଲୀ: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବଙ୍କ ବିଧବା ପତ୍ନୀ ଲୌରେନ୍ ପାୱେଲ୍ ଜବସ୍ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳା ୨୦୨୫ରେ ପହଞ୍ଚିଛନ୍ତି। ହେଲେ ମହାକୁମ୍ଭର ଦ୍ବିତୀୟ ଦିନରେ ହିଁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଦ୍ବିତୀୟ ଦିନରେ ତାଙ୍କୁ ଆଲର୍ଜି ହୋଇ ଯାଇଥିବା ସୂଚନା ରହିଛି। ତାସତ୍ତ୍ବେ ବି ସେ ଗଙ୍ଗା ନଦୀରେ ବୁଡ଼ ପକାଇବା ରୀତିରେ ଅଂଶଗ୍ରହଣ କରିବେ।
ଲରେନ୍ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ସେଠାରେ ଆଧ୍ୟାତ୍ମିକ ଶିବିରରେ ପହଞ୍ଚିଥିଲେ। ସେ କୁମ୍ଭରେ ରହିବେ ଏବଂ ଗଙ୍ଗାରେ ବୁଡ଼ ପକାଇବାର ମଧ୍ୟ ଯୋଜନା କରୁଛନ୍ତି ବୋଲି ଖବର ହସ୍ତଗତ ହୋଇଛି।
ଲରେନ୍ ପାୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ ‘କମଳା’ ନାମ ପ୍ରଦାନ କରିଥିଲେ କୈଳାଶନନ୍ଦ ଗିରି। ଜାନୁଆରି ୨୦ ତାରିଖରେ ସେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ୧୫ ପର୍ଯ୍ୟନ୍ତ ଏଠାରେ ରହି ତା’ପରେ ଆମେରିକା ଚାଲିଯିବେ।
ତେବେ ଯାହା ସୂଚନା ରହିଛି କମଳା ପୂର୍ବରୁ କେବେ ଏତେ ଭିଡ଼ ସ୍ଥାନକୁ ଯାଇ ନାହାଁନ୍ତି। ତାଙ୍କ ସଂପର୍କରେ କୈଳାଶନନ୍ଦ ଗିରି କହନ୍ତି, ‘‘ସେ ଗଙ୍ଗା ନଦୀରେ ବୁଡ଼ ପକାଇବେ। ଏବେ ମୋ ଶିବିରରେ ବିଶ୍ରାମ ନେଉଛନ୍ତି। ସେ ବହୁତ ସରଳ।ପୂରା ପୂଜା ସମୟରେ ସେ ଆମ ସହିତ ରହିଥିଲେ। ଆମର ଏପରି ପରମ୍ପରା ସେ ଆଗରୁ ଦେଖିନାହାନ୍ତି। ସେମାନେ ସମସ୍ତେ ଯୋଗ ଦେବାକୁ ଚାହାଁନ୍ତି।’’
ମଙ୍ଗଳବାର ପ୍ରଥମ ଅମୃତ ସ୍ନାନରେ ଅତି କମରେ ୩-୪ କୋଟି ଲୋକ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମ ବିନ୍ଦୁ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/14/5Q4waTYGRmwxA2SQzHFb.jpg)