ଟଙ୍କା ପାଇଁ ପର୍ଣ୍ଣ ଷ୍ଟାର ପାଲଟିଲେ ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ନୂଆଦିଲ୍ଲୀ: ଓସ୍କାର ଜିତି ସାରିଥିବା ୧୧ଟି ହଲିଉଡ ଫିଲ୍ମର ନିର୍ମାତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ ମିକାଏଲା ପର୍ଣ୍ଣ ଷ୍ଟାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏକ ସାକ୍ଷାତକାରରେ ଏ ନେଇ ଖୁଲାସା କରିଛନ୍ତି ମିକାଏଲା। ନିଜକୁ ଆର୍ଥିକ ସ୍ତରରେ ସ୍ବଚ୍ଛଳ କରିବା ପାଇଁ ମିକାଏଲା ଏବେ ନିଜର ପର୍ଣ୍ଣ ଭିଡିଓ ନିର୍ମାଣ କରିବା ଆରମ୍ଭ କରିଥିବା କହିଛନ୍ତି। ନିଜର ଏଭଳି ନିଷ୍ପତ୍ତି ବିଷୟରେ ଜଣାଇବା ସହ ତାଙ୍କର ଏଭଳି ନିଷ୍ପତ୍ତିକୁ ବାପା ଷ୍ଟିଭେନ୍ ସ୍ପିଲବର୍ଗ ଏବଂ ମା’ କେଟ୍ ସମର୍ଥନ କରିଥିବା କଥା ସେ କହିଛନ୍ତି।

bhaskar.com

ମିଳିଥିବା ସୂଚନା ମୁତାବକ, ଷ୍ଟିଭେନ୍ ସ୍ପିଲବର୍ଗ ଏବଂ କେଟ୍ ୧୯୯୬ରେ ମିକାଏଲାଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ। ଷ୍ଟିଭେନ୍ ସ୍ପିଲବର୍ଗଙ୍କର ପୂର୍ବରୁ ୬ଟି ସନ୍ତାନ ଥାଇ ମଧ୍ୟ ସେ ମିକାଏଲାଙ୍କୁ ଝିଅ ଭାବେ ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦ ସନଙ୍କୁ ଦେଇଥିବା ସାକ୍ଷାତକାରରେ ମିକାଏଲା କହିଛନ୍ତି, ମୋର ସ୍ବଭାବ ସବୁବେଳେ ଏଭଳି ରହିଆସିଛି, ଯାହା ପାଇଁ ପୂର୍ବରୁ ମୋତେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କାରଣ ଏଠାରେ ଲୋକେ ସେକ୍ସକୁ ନେଇ ଏ ପର୍ଯ୍ୟନ୍ତ ସହଜ ହୋଇପାରି ନାହାନ୍ତି। କିନ୍ତୁ ଏବେ ମୁଁ ମୋ ଇଚ୍ଛା ପୂରଣ କରିଛି ଏବଂ ଆଶା କରୁଛି କି, ଆଗକୁ ମୋ‌ ପାଖରେ ଟଙ୍କାର ଅଭାବ ରହିବ ନାହିଁ। ପୂର୍ବରୁ ମୋ ପାଖରେ ଟଙ୍କା ଆୟ କରିବାର କୌଣସି ମାଧ୍ୟମ ନଥିଲା। ଯାହା ପାଇଁ ମୁଁ ପର୍ଣ୍ଣ ଭିଡିଓ ତିଆରି କରିବାର ନିଷ୍ପତ୍ତି ନେଇଛି। ଲୋକେ ମୋର ନିଷ୍ପତ୍ତି ଜାଣିବା ପରେ ମୋତେ ଲାଜ କରିବା ଦରକାର ବୋଲି କହୁଛନ୍ତି। କିନ୍ତୁ ପରିବାର ଲୋକଙ୍କ ସାଥ୍ ମିଳିବା ପରେ ମୁଁ କାହା ବିଷୟରେ ଭାବୁନାହିଁ। ପୂର୍ବରୁ ଅନ୍ୟକୁ ଖୁସି କରାଇବା ପାଇଁ କାମ କରି କରି ଥକି ଯାଇଥିଲି। ଏବେ ମୁଁ ମୋ ମନ ମୁତାବକ କାମ କରି ବହୁତ ଖୁସି।

ସମ୍ବନ୍ଧିତ ଖବର