ନୂଆଦିଲ୍ଳୀ: ଗୁରୁବାର ଦିନ ଷ୍ଟକ୍ ବଜାର ଖୋଲିବା ମାତ୍ରେ ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ମାଡ଼ରେ ଭୁଶୁଡ଼ି ପଡ଼ିଛି ଭାରତର ସେୟାର୍ ବଜାର୍।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର (ବିଏସ୍ଇ) ୩୦-ସେୟାର ସେନସେକ୍ସ ସୂଚକାଙ୍କ ଏକ ବଡ଼ ହ୍ରାସ ସହିତ ଖୋଲିଛି। ଜାଣିବାକୁ ମିଳିଛି ଯେ ବିଏସ୍ଇ ୬୫୭ ପଏଣ୍ଟ ହ୍ରାସ ପାଇ ୮୦,୧୨୪ ସ୍ତରରେ ପହଞ୍ଚିଛି। ସେନସେକ୍ସ ପରି, ନିଫ୍ଟି ମଧ୍ୟ ଏହାର ପୂର୍ବ ବନ୍ଦ ତୁଳନାରେ ହ୍ରାସ ସହିତ କାରବାର ଆରମ୍ଭ କରିଥିଲା ଏବଂ ୨୦୦ ପଏଣ୍ଟ ହ୍ରାସ ସହିତ କାରବାର କରୁଥିବା ଦେଖାଯାଇଥିଲା। ବଜାରରେ ହ୍ରାସ ମଧ୍ୟରେ, ଆଇଟି-ଟେକ୍ କମ୍ପାନିଗୁଡ଼ିକ ସହିତ ବ୍ୟାଙ୍କିଙ୍ଗ୍ ଷ୍ଟକ୍ ମଧ୍ୟ ହ୍ରାସ ପାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୂତନ ଶୁଳ୍କ ନିଷ୍ପତ୍ତିର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍ ଉପରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବା ଆରମ୍ଭ କରିଛି। ଟ୍ରମ୍ପ୍ ପ୍ରଶାସନ ପୂର୍ବରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ। ଭାରତ ରୁଷିଆରୁ ତେଲ କିଣୁ ଥିବାରୁ ଏବେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଅତିରିକ୍ତ ୨୫% ଟିକସ ଲାଗୁ କରାଯାଇଛି। ଅଗଷ୍ଟ ୨୭ରୁ କାର୍ଯ୍ୟକାରୀ ହୋଇ ଯାଇଥିବା ବେଳେ ଏହି ନିଷ୍ପତ୍ତି ଦ୍ବାରା ଭାରତକୁ ମୋଟ ୫୦% ଶୁଳ୍କ ବୋଝ ବହନ କରିବାକୁ ପଡିବ। ଏହି କାରଣରୁ ମଙ୍ଗଳବାର ଦିନ ଷ୍ଟକ୍ ବଜାର ଏକ ବଡ଼ ହ୍ରାସ ସହିତ ଆରମ୍ଭ ହୋଇଛି।