ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ୫୦ ଲକ୍ଷରୁ ଅଧିକ ଲୋକଙ୍କ ଚୋରି ତଥ୍ୟ ବଟ୍ ମାର୍କେଟ୍ରେ ବିକ୍ରି ହୋଇଛି। ସେଥିରେ ୬ ଲକ୍ଷ ଭାରତୀୟଙ୍କ ତଥ୍ୟ ରହିଛି। ଅନ୍ୟ ଯେକୌଣସି ଦେଶ ତୁଳନାରେ ଭାରତର ଅଧିକ ପ୍ରଭାବିତ ହୋଇଛି ବୋଲି ନର୍ଡଭିପିଏନ୍ର ରିପୋର୍ଟରୁ ଜଣାପଡ଼ିଛି। ଚୋରି ତଥ୍ୟ ବିକ୍ରି କରିବା ଲାଗି ହ୍ୟାକର୍ମାନେ ବଟ୍ ମାର୍କେଟ୍କୁ ବ୍ୟବହାର କରନ୍ତି।
ହ୍ୟାକର୍ମାନେ ମାଲ୍ୱେର ବ୍ୟବହାର କରି ଲୋକମାନଙ୍କ ଆକାଉଣ୍ଟ୍ ଲଗ୍ ଇନ୍, ଡିଜିଡାଲ୍ ଫିଙ୍ଗରପ୍ରିଣ୍ଟ୍, ସ୍କ୍ରିନ୍ସଟ୍ ଏବଂ ଅନ୍ୟାନ୍ୟ ତଥ୍ୟ ଆଦି ଚୋରି କରୁଛନ୍ତି। ଗୁଗୁଲ୍, ମାଇକ୍ରୋସଫ୍ଟ ଓ ଫେସବୁକ୍ ଆକାଉଣ୍ଟ୍ରୁ ତଥ୍ୟ ଚୋରି କରାଯାଉଛି। ପ୍ରତି ଲୋକଙ୍କ ତଥ୍ୟକୁ ହ୍ୟାକରମାନେ ୪୯୦ ଟଙ୍କା ଭଳି ଦାମ୍ରେ ବିକ୍ରି କରୁଛନ୍ତି। ୨୦୧୮ରେ ବଟ୍ ମାର୍କେଟ୍ ଆରମ୍ଭ ହୋଇଥିଲା।