ଲଦାଖ: ଲଦାଖର ଗାଲୱାନ୍ ଉପତ୍ୟକାର ଚାରବାଗ୍ଠାରେ ଏକ ସେନା ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ସେନା ଅଧିକାରୀ ସହିଦ ହୋଇଛନ୍ତି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କୁ ବିମାନ ଯୋଗେ ଲେହର ଏକ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସେନା ଗାଡ଼ି ଦୁର୍ବୁକ୍ରୁ ଚୋଙ୍ଗତାସ୍ ଏକ ତାଲିମ ଯାତ୍ରାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଆହତଙ୍କ ମଧ୍ୟରେ ୨ ଜଣ ମେଜର ଏବଂ ଜଣେ କ୍ୟାପ୍ଟେନ୍ ଅଛନ୍ତି। ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଦୁର୍ବୁକ୍ରୁ ଚୋଙ୍ଗତାସ୍ ଯାଉଥିବା ସେନା ଗାଡ଼ି ଭୂସ୍ଖଳନରେ ଫସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୪ ସିନ୍ଧ ହର୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମାନକୋଟିଆ ଏବଂ ଦଳଜିତ ସିଂହ ସହିଦ ହୋଇଛନ୍ତି। ମେଜର ମୟଙ୍କ ଶୁଭମ (୧୪ ସିନ୍ଧ ହର୍ସ), ମେଜର ଅମିତ ଦୀକ୍ଷିତ ଏବଂ କ୍ୟାପ୍ଟେନ ଗୌରବ (୬୦ ସଶସ୍ତ୍ର) ଆହତ ହୋଇଛନ୍ତି।
ROAD ACCIDENT
— @firefurycorps_IA (@firefurycorps) July 30, 2025
A boulder from a cliff fell on one of the vehicles of a military convoy in Ladakh, around 1130h on 30 Jul 2025.
Recovery action is in progress. @adgpi@NorthernComd_IA
ଦୁର୍ଘଟଣା ସମ୍ପର୍କରେ ସେନାର ବିବୃତିରେ କୁହାଯାଇଛି, ଆହତ ସୈନିକମାନଙ୍କୁ ଲେହସ୍ଥିତ ୧୫୩ ଜିଏଚକୁ ନିଆଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ, ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସ ସୂଚନା ଦେଇଛନ୍ତି ଯେ, ୩୦ ଜୁଲାଇ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ଲଦାଖରେ ଏକ ସେନା ଗାଡ଼ି ଉପରେ ପଥର ଖସି ପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକ ପଢ଼ନ୍ତୁ: ରେଖା-ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମ ଅନ୍ୟ ଜଣେ: ଜାଣନ୍ତୁ ସେ କିଏ...
#BigBreaking
— Amit Bhardwaj (@AmmyBhardwaj) July 30, 2025
An army vehicle met with an accident after a rock fell on it in Charbagh area of Galwan. As per reports, 2 officers and a solider is critically injured. Injured were airlifted
The convoy was on training move from Durbuk to Chongtas. Army personnel belonged to 60… pic.twitter.com/K67nID9aPS
ଗତ କିଛି ମାସ ମଧ୍ୟରେ ଏହା ସେନା ଗାଡ଼ି ଉପରେ ହୋଇଥିବା ସବୁଠାରୁ ବଡ଼ ଦୁର୍ଘଟଣା। ଚଳିତ ବର୍ଷ ମେ’ ମାସରେ ଜମ୍ମୁ ଓ କଶ୍ମୀରର ରାମବାନ ଜିଲ୍ଲାରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଜିଲ୍ଲାର ବ୍ୟାଟେରୀ ଚଶମା ନିକଟରେ ଘଟିଥିଲା। ଯେଉଁଠାରେ ଏକ ସେନା ଟ୍ରକ୍ ୨୦୦-୩୦୦ ମିଟର ଗଭୀର ଖାଇରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୩ ଜଣ ସୈନିକ ସହିଦ ହୋଇଥିଲେ। ଏହି ସେନା ଟ୍ରକ୍ଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା।
ଅଧିକ ପଢ଼ନ୍ତୁ:ସାଙ୍ଗର ବିବାହ ଉତ୍ସବରେ ଯୋଗ ଦେଇ ଧୋନି କହିଲେ, ‘କିଛି ଲୋକ ନିଆଁ ସହିତ ଖେଳିବାକୁ ପସନ୍ଦ କରନ୍ତି’
army-vehicle