କଶ୍ମୀର : ଧାରା ୩୭୦ ଉଠିବା ପରେ ୧୯୦ଟି ପଥର ଫିିଙ୍ଗା ମାମଲା, ୭୬୫ ଜଣ ଗିରଫ : ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ : ଜାମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ହୋଇଛି ଓ ପଥର ଫିଙ୍ଗା ଘଟଣା ହ୍ରାସ ପାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଆଜି ସଂସଦରେ ସାଂସଦ କନକ ମଲ କଟାରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଯେ ଅଗଷ୍ଟ ୫ରୁ ନଭେମ୍ବର ୧୫ ସୁଦ୍ଧା କଶ୍ମୀରରେ ୧୯୦ଟି ପଥର ଫିଙ୍ଗା ମାମଲା ଦାଏର ହୋଇଛି ଓ ଏହି ମାମଲାରେ ମୋଟ ୭୬୫ ଜଣଙ୍କୁ ଗିରଫ କରାଯାଇଛି । ମନ୍ତ୍ରାଳୟପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଗତ ୬ ମାସରେ ଜମ୍ମୁ ଓ କଶ୍ମୀରକୁ ମୋଟ ୩୪ ହଜାର ଘରୋଇ ଓ ୧୩ ହଜାର ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ।
ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ ।

ସମ୍ବନ୍ଧିତ ଖବର