ଗୁଜରାଟରେ ରୋଡ ସୋ’ ବେଳେ କେଜ୍ରିୱାଲଙ୍କ ଉପରକୁ ପଥର ମାଡ଼

ଅହମଦାବାଦ: ଗୁଜରାଟରେ ରୋଡ ସୋ’ ବେଳେ କେଜ୍ରିୱାଲଙ୍କ ଉପରକୁ ପଥର ମାଡ଼। ଗୁଜରାଟରେ ଆଉ ମାତ୍ର କିଛି ଦିନ ପରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ଲଢ଼ୁଥିବା ଦଳ ପ୍ରଚାର କାମ ଜୋରସୋରରେ ଆରମ୍ଭ କରିଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଗୁଜରାଟରେ ରୋଡ୍ ସୋ’ ଏବଂ ସାଧାରଣ ସଭା ଅନୁଷ୍ଠିତ ହେଉଛି। ଏଭଳି ସ୍ଥିତିରେ ଆମ୍ ଆଦମୀ ପାର୍ଟି(ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଚାର ଆରମ୍ଭ କରିଦେଇଛନ୍ତି। ହେଲେ ଆଜି ନିର୍ବାଚନ ପ୍ରଚାର ପାଇଁ ଗୁଜରାଟ ଯାଇଥିବା କେଜ୍ରିୱାଲଙ୍କ ଉପରେ ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଆଜି ସେ ସୁରଟରେ ଏକ ରୋଡ୍ ସୋ’ କରୁଥିଲେ। ଏହି ସମୟରେ ହିଁ ତାଙ୍କ ଉପରେ ପଥର ଫିଙ୍ଗାଯାଇଥିବା ଜଣାପଡ଼ିିଛି।

गुजरात में केजरीवाल का रोड शो
aajtak

ମିଳିଥିବା ସୂଚନା ମୁତାବକ, ପଥର ମାଡ଼ ଆରମ୍ଭ ହେବା ପରେ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ଗାଡ଼ି ଭିତରକୁ ଚାଲିଯାଇଥିଲେ। କିଛି ସମୟ ଧରି ରୋଡ୍ ସୋ’କୁ ଅଟକାଇ ଦିଆଯାଇଥିଲା। ପରେ ପୁଲିସ ଆସି ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରୁ କେଜ୍ରିୱାଲ ଗାଡ଼ିରୁ ବାହାରି ପୁଣି ରୋଡ୍ ସୋ’କୁ ଆଗକୁ ବଢ଼ାଇଥିଲେ। ତେବେ ଏହି ରୋଡ୍ ସୋ’ର ଲାଇଭ୍ କଭରେଜ କରୁଥିବା ଜାତୀୟ ଗଣମାଧ୍ୟମର କ୍ୟାମେରାରେ ମଧ୍ୟ ପଥର ବାଜି କ୍ୟାମେରା ଭାଙ୍ଗିଥିବା କଥା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର