ଅୱେସୀ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ରେ ପଥର ମାଡ଼

ଖଣ୍ଡନ କଲା ଗୁଜୁରାଟ ପୁଲିସ : ପଥର ମାଡ଼ ହୋଇନି

ନୂଆଦିଲ୍ଲୀ, : ଏଆଇଏମ୍‌ଆଇଏମ ମୁଖ୍ୟ ଅସଉଦ୍ଦିନ ଅୱେସୀ ଆଜି ଗୁଜରାଟର ସୁରଟରେ ଏକ ବୈଠକରେ ଯୋଗ ଦେବାପାଇଁ ବନ୍ଦେ ଭାରତ ‌ଟ୍ରେନ୍‌ରେ ଯାତ୍ରା କରୁଥିବା‌ବେଳେ ଏହି ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଥିବା ଦାବି ହୋଇଛି। ଏଆଇଏମଆଇଏମ୍‌ର ମୁ୍ଖପାତ୍ର ୱାରିସ ପଠାନ ଏହି ଅଭିଯୋଗ ଆଣିଛନ୍ତି। ୱାରିସ କହିଛନ୍ତି, ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅୱେସୀ ସୋମବାର ସନ୍ଧ୍ୟାରେ ସୁରଟରେ ପହଞ୍ଚିବାପାଇଁ ଟ୍ରେନ୍‌ ଯାତ୍ରା କରୁଥିବା ବେଳେ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଥିଲା।

ପଠାନ କହିଛନ୍ତି, ଏହା ପ୍ରମାଣ କରିବାପାଇଁ ତାଙ୍କ ନିକଟରେ ଫଟୋ ମଧ୍ୟ ଅଛି। ସେ କହିଛନ୍ତି, ଅସଉଦ୍ଦିନ ଅୱେସୀ, ସବୀର କବଲିୱାଲା ସାର୍‌ ଏବଂ ମୁଁ ବନ୍ଦେ ଭାରତ ଏକ୍ସପ୍ରେସରେ ଅହମଦାବାଦରୁ ସୁରଟକୁ ଯାଉଥିବାବେଳେ ବାଟରେ କିଛି ଲୋକ ଟ୍ରେନ୍‌କୁ ପଥର ମାଡ଼ କରି କାଚ ଭାଙ୍ଗି ଦେଇଛନ୍ତି। କିନ୍ତୁ ଗୁଜରାଟ ପୁଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଗୁଜରାଟ ପୁଲିସ କହିଛି, କୌଣସି ପଥର ମାଡ଼ ହୋଇନି କି କୌଣସି ପ୍ରକାର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇନି।

ସମ୍ବନ୍ଧିତ ଖବର