ନ୍ୟାୟ ଓ ନ୍ୟାୟବ୍ୟବସ୍ଥାର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ସ୍ୱର ଉଠାଇଛୁ : ଜଷ୍ଟିସ କୁରିଏନ

କୋଚି: ସୁପ୍ରିମ କୋର୍ଟ ମୁଖ୍ୟବିଚାରପତି ଦୀପକ ମିଶ୍ରଙ୍କ ବିରୋଧ ଅଭିଯୋଗ ଆଣିଥିବା ୪ ଜଣ ବରିଷ୍ଠ ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟରୁ ଅନ୍ୟତମ ଜଷ୍ଟିସ୍‌ କୁରିଏନ ଜୋସେଫ ଶନିବାରଦିନ କହିଛନ୍ତି ଯେ ସେମାନେ କେବଳ ନ୍ୟାୟ ଓ ନ୍ୟାୟବ୍ୟବସ୍ଥାର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ସ୍ୱର ଉଠାଇଛନ୍ତି। ଏହାଛଡ଼ା ଆଉ ଅନ୍ୟ କିଛି ଅଭିପ୍ରାୟ ନାହିଁ । ସେମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକର ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।
ନିଜ ପୈତୃକ ଘର କେରଳର କାଲାଡ଼ିଠାରେ ଏକ ସ୍ଥାନୀୟ ମାଲାୟାଲମ ଚ୍ୟାନେଲକୁ ସେ କହିଛନ୍ତି ଯେ ସେମାନେ କେବଳ ନ୍ୟାୟ ବ୍ୟବସ୍ଥା ପାଇଁ ହି ଛିଡ଼ା ହୋଇଛନ୍ତି । ତେବେ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ମୁହଁ ଖୋଲି ସେମାନେ କିଛି ଶୃଙ୍ଖଳା ଭଙ୍ଗ କରିନାହାନ୍ତି, କାରଣ ସେମାନେ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଦ୍ୱାରା ନ୍ୟାୟ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ବୋଲି ସେ କହିଛନ୍ତି ।

“ଗୋଟିଏ ପ୍ରସଙ୍ଗ ସର୍ବସାଧାରଣରେ ପ୍ରକାଶ ପାଇଛି । ନିଶ୍ଚିତ ଭାବେ ଏହାର ସମାଧାନ ହୋଇପାରିବ” ସେ କହିଛନ୍ତି

ଗତକାଲି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍ବି ଲୋକୁର୍ ଏବଂ କୁରିଆନ୍ ଜୋସେଫ୍ ଖୋଲାଖୋଲି ଭାବେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟଶୈଳୀ ବିରୋଧରେ ମୁହଁ ଖୋଲିଥିଲେ । ବିଭିନ୍ନ ମାମଲାକୁ ବିଚାରପତିମାନଙ୍କ ମଧ୍ୟରେ ବଣ୍ଟନ ବେଳେ ପକ୍ଷପାତିତା ହେଉଥିବା ନେଇ ସେମାନେ ଅଭିଯୋଗ ଆଣିବା ସହିତ ପ୍ରଧାନବିଚାରପତିଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ।

ସମ୍ବନ୍ଧିତ ଖବର