ନୂଆଦିଲ୍ଲୀ: ଏଣୁତେଣୁ କଥା ନ କହି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟଦ୍ବାରା ପ୍ରଣିତ ଆଇନ ମାନି ଚଳିବା ଲାଗି ଗୁରୁବାର ଦିନ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘ଟୁଇଟର୍’କୁ କହିଛନ୍ତି।
ବିବୃତି ଦେଇ ଭାରତ ସରକାର କହିଛନ୍ତି, ପ୍ରେସ୍ ରିଲିଜ୍ରେ ଟୁଇଟର୍ କରିଥିବା ଦାବି ସତ୍ୟର ତୀବ୍ର ବିରୋଧ କରୁଛି। ଶହ ଶହ ବର୍ଷ ତଳୁ ଭାରତରେ ବାକ୍ସ୍ବାଧୀନତା ଏବଂ ଗଣତାନ୍ତ୍ରିକ ପରମ୍ପରାର ଗୌରବମୟ ପ୍ରଥା ରହିଛି। ଭାରତରେ ବାକ୍ ସ୍ବାଧୀନତା କେବଳ ଗୋଟିଏ ଘରୋଇ, ଲାଭ ଉଦ୍ଦେଶ୍ୟ ଥିବା ‘ଟୁଇଟର’ର ଭଳି ବିଦେଶୀ ପ୍ରତିଷ୍ଠାନ ସୁବିଧା ପାଇଁ ନୁହେଁ ବରଂ ବିଶ୍ବର ବୃହତ୍ତମ ଗଣତନ୍ତ୍ର ଏବଂ ଏହାର ଶକ୍ତିଶାଳୀ ପ୍ରତିଷ୍ଠାନମାନଙ୍କର ଏହା ହେଉଛି ପ୍ରତିବଦ୍ଧତା।
Image Courtesy of India Todayବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଟୁଇଟର୍ର ବିବୃତି ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ ତା’ର (ଟୁଇଟର୍) ନିୟମାବଳୀ ମାନିବାକୁ ଆଦେଶ ଦେବା ନିମିତ୍ତ ଉଦ୍ୟମ ମାତ୍ର। ନିଜର କାର୍ଯ୍ୟଧାରା ଦ୍ବାରା ଜାଣିଶୁଣି ନିୟମ ଅମାନ୍ୟ କରି ‘ଟୁଇଟର୍’ ଭାରତୀୟ ଆଇନ ବ୍ୟବସ୍ଥାକୁ ଅସମ୍ମାନ କରିବାକୁ ଉଦ୍ୟମ କରୁଛି।
ବାଜେ କଥା ନ କହି ‘ଟୁଇଟର୍’ ଦେଶର ନିୟମ ଅନୁସାରେ ଚଳିବା ଉଚିତ। ଆଇନ ନୀତି ପ୍ରସ୍ତୁତି କରିବା ହେଉଛି ଦେଶର ପୂର୍ଣ୍ଣ ଅଧିକାର। ‘ଟୁଇଟର୍’ ସାମାନ୍ୟ ସାମାଜିକ ଗଣମାଧମଟିଏ। ଭାରତର ଆଇନଗତ ନୀତି କ’ଣ ହେବା ଉଚିତ ସେ ସମ୍ପର୍କରେ ଆଦେଶ ଦେବା ତା’ର କ୍ଷମତା ପରିସରଭୁକ୍ତ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Govt-to-Twitter_Thumbnail-2.jpg)