ନୂଆଦିଲ୍ଲୀ: ଦିନ ସାରା ମୋ ରିଲ୍ ଦେଖୁଛନ୍ତି କେଜ୍ରିୱାଲ। ଏକ "ଏଡିଟେଡ୍" ଭିଡିଓକୁ ନେଇ ଏଭଳି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ନିର୍ବାଚନରେ ​​ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ) ହେରଫେର ନେଇ କଂଗ୍ରେସ ଅଭିଯୋଗ ଉପରେ ବିଜେପି ନେତ୍ରୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପ୍ରତିକ୍ରିୟାର ଏକ "ଏଡିଟେଡ୍" ଭିଡିଓ ସେୟାର କରିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ଦେଖି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଟାକ୍ଷ କରିଛନ୍ତି ଏବଂ ତାଙ୍କୁ "ଦିନ ସାରା ମୋ ରିଲ୍ ଦେଖିବା ବନ୍ଦ କରନ୍ତୁ" ବୋଲି କହିଛନ୍ତି।

Advertisment

ଏକ ବହୁସ୍ତରୀୟ ବୈଦ୍ୟୁତିକ ବସ୍ ଡିପୋର ଶିଳାନ୍ୟାସ କରିବା ପରେ ସାଧାରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରେଖା ଗୁପ୍ତା କହିଛନ୍ତି ଯେ, "କେଜରିୱାଲ ବନ୍ୟା ପ୍ରଭାବିତ ପଞ୍ଜାବର ଲୋକଙ୍କ ଉପରେ ଧ୍ୟାନ ଦେବା ଉଚିତ, ଯେଉଁଠାରେ ତାଙ୍କ ଦଳ ଆମ ଆଦମୀ ପାର୍ଟି (ଆପ) କ୍ଷମତାରେ ଅଛି। ମୁଁ କେଜ୍ରିୱାଲ ମହାଶୟଙ୍କୁ କହିବାକୁ ଚାହୁଁଛି, ଦୟାକରି ମୋର ଭିଡିଓ, ସାକ୍ଷାତକାର ଏବଂ ରିଲ୍ ଦେଖିବା କମ୍ କରନ୍ତୁ। ମୁଁ ଭାବୁଛି, ମ୍ୟାଡାମ୍ କ'ଣ କହୁଛନ୍ତି ଏବଂ କ'ଣ କହିନାହାଁନ୍ତି ତାହା ଜାଣିବା ପାଇଁ ଆପଣ ସାରା ଦିନ ମୋର ରିଲ୍ ଦେଖୁଛନ୍ତି। ଯଦି କେଜରିୱାଲ ଧ୍ୟାନ ଦେବାକୁ ଚାହାଁନ୍ତି, ତେବେ ସେ ପଞ୍ଜାବର ଲୋକଙ୍କ ଉପରେ ଧ୍ୟାନ ଦେବା ଉଚିତ। ତାଙ୍କୁ କେବେ ପୀଡିତଙ୍କ ସହିତ ମୁଁ ଦେଖିନାହିଁ।"

ଉଲ୍ଲେଖଯୋଗ୍ୟ, ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି ନେତ୍ରୀ ନିର୍ବାଚନରେ ​​ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ)ରେ ହେରଫେର ନେଇ କଂଗ୍ରେସ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଥିଲେ। ୧୪ ସେକେଣ୍ଡର ଭିଡିଓରେ ମୁଖ୍ୟମନ୍ତ୍ରୀ କହିଥିଲେ, "ଯେତେବେଳେ କଂଗ୍ରେସ ୭୦ ବର୍ଷ ଧରି ଇଭିଏମରେ ହେରଫେର କରୁଥିଲା, ସେତେବେଳେ ସବୁ ଠିକ୍ ଥିଲା। କିନ୍ତୁ ଏବେ ଆମେ ଏହା କରିବାରୁ ସେମାନଙ୍କୁ ଖରାପ ଲାଗୁଛି"। ଏହାକୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଥିଲେ କେଜ୍ରିୱାଲ।

ତେବେ ଏହାକୁ ଏଡିଟ୍ କରି ସେୟାର କରାଯାଇଥିବା ଦାବି କରିଛି ବିଜେପି। ପୂରା ଭିଡିଓ ସେୟାର କେଜ୍ରିୱାଲଙ୍କ ମୁଖା ବିଜେପି ଖୋଲିଥିବା ଦେଖାଯାଇଛି।

rekha gupta