ଚାଳକ ନିୟମ ଭାଙ୍ଗିଲେ କ’ଣ କରିପାରିବେ ଏବଂ କ’ଣ କରିପାରିବେ ନାହିଁ ଟ୍ରାଫିକ ପୁଲିସ? ଜାଣନ୍ତୁ ଏହି ସବୁ ନିୟମ ବିଷୟରେ

କେବେ ନା କେବେ , କେଉଁଠି ନା କେଉଁଠି ଆପଣ ଟ୍ରାଫିକ୍ ପୁଲିସ ହାବୁଡ଼ରେ ନିହାତି ପଡ଼ିଥିବେ । ଏହି ସମୟରେ ଅନେକ ପୁଲିସକର୍ମୀ ଆପଣଙ୍କୁ ଚେକିଂ ଆଳରେ ରୋକିବା ପାଇଁ ବହୁ ପ୍ରକାରର ଚେଷ୍ଟା ମଧ୍ୟ କରିଥିବେ । ଏପରିକି ଆପଣଙ୍କ ହାତ ଧରିପକାଇଥିବେ ତ ପୁଣି କେତେବେଳେ ଚଳନ୍ତା ଗାଡ଼ିରୁ ଚାବି ଛଡାଇ ନେବାକୁ ପ୍ରୟାସ କରିଥିବେ । ହେଲେ ଏଭଳି କରିବା ସଂପୂର୍ଣ୍ଣ ରୂପେ ଭୁଲ୍ ଅଟେ । କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ଯାହାର ଅଭିଯୋଗ ମଧ୍ୟ ଆପଣ କରିପାରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି ନିୟମ ତଥା ଅପରାଧ ସଂପର୍କରେ ଜଣାଇବୁ ଯାହା ଆପଣ ଜାଣିରଖିବା ନିହାତି ଦରକାର ।

ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢିପାରିବେନି ପୁଲିସ !

ସାମାନ୍ୟ ପରିସ୍ଥିତିରେ ଟ୍ରାଫିକ୍ ପୁଲିସକୁ କେବଳ ଏତିହି ହିଁ ଅଧିକାର ଦିଆଯାଇଛି, ଯେଉଁଥିରେ ସେ କେବଳ ଆପଣଙ୍କୁ ଇସାରା କରି ରୋକି ପାରିବେ । କିନ୍ତୁ ସେ ଆପଣଙ୍କ ସହ କୌଣସି ବି ପ୍ରକାରର ଜୋରଜବରଦସ୍ତି କରିପାରିବେ ନାହିଁ । ଏହାଛଡା ବିନା ବର୍ଦ୍ଦିରେ କୌଣସି ବି ପୁଲିସ ଅଧିକାରୀ ରାତିରେ ଆପଣଙ୍କୁ ଏଭଳି ବିଚ୍ ରାସ୍ତାରେ ରୋକି ପାରିବେ ନାହିଁ । କି ଚାଲାଣ କାଟିପାରିବେ ନାହିଁ । ଏହା ସହ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଇଥାଏ । କିନ୍ତୁ ଯଦି ଆପଣଙ୍କର ଗାଡିର ଗୋଟିଏ ଦିନରେ ଥରେ ମାତ୍ର କୌଣସି କାରଣରୁ ଚାଲାଣ କଟାଯାଇଥିବ ତେବେ ସାରା ଦିନ ଟ୍ରାଫିକ୍ ଅଧିକାରୀ ଆଉ ଚାଲାଣ କାଟି ପାରିବେନି ।

HC wants footage to see if the traffic police are doing their job - The  Hindu
The Hindu

କେଉଁ ପରିସ୍ଥିତିରେ ଗାଡି ଚାବି ନେଇପାରିବେ ପୁଲିସ

କୌଣସି ବି ପରିସ୍ଥିତିରେ ପୁଲିସକୁ ଆପଣଙ୍କ ଗାଡିର ଚାବି ନେଇଯିବାର ଅଧିକାର ନାହିଁ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ପୁଲିସ ଅଫିସର ଆପଣଙ୍କୁ ଅଟକାଇପାରନ୍ତି  ସତ ହେଲେ କୌଣସି ବି ପରିସ୍ଥିତିରେ ଗାଡିର ଚାବି ନେଇପାରିବେ ନାହିଁ ।

କେଉଁ ପରିସ୍ଥିତିରେ ଗାଡିକୁ ଅଟକ ରଖିପାରେ ପୁଲିସ

• ଆପଣଙ୍କ ଗାଡି କୌଣସି ସ୍ଥାନରେ ଅବୈଧ ଢଙ୍ଗରେ ପଡିରହିଥିଲେ

• ଆପଣଙ୍କ ଗାଡି ନୋ ପାର୍କିଂ ଜୋନରେ ରଖାଯାଇଥିଲେ

• ଆପଣଙ୍କ ଗାଡି ଏଭଳି ସ୍ଥାନରେ ରଖାଯାଇଛି, ଯାହାଦ୍ୱାରା ବାକି ଗାଡିଗୁଡିକ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଥିବ।

ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଗାଡିକୁ ଟ୍ରାଫିକ୍ ପୁଲିସ୍ ଉଠାଇ ନେଇପାରେ ।

କଣ କରିପାରିବେ ନାହିଁ ପୁଲିସ?

• ଚଳନ୍ତା ଗାଡିରୁ ଚାବି ଛଡାଇ ନେଇପାରିବେ ନାହିଁ ପୁଲିସ୍ ଅଧିକାରୀ

• ସାମ୍ନାରୁ ଆସୁଥିବା ଗାଡିକୁ ରୋକିବା ପାଇଁ ଚଳନ୍ତା ଗାଡିରୁ ଚାଳକଙ୍କ ହାତ ଟାଣିପାରିବେନି ପୁଲିସ

• ସେହିପରି ୪ ଚକିଆ ଗାଡି ସାମ୍ନାରେ ଅଚାନକ ବ୍ୟାରିକେଟ୍ ଲଗାଇପାରିବେ ନାହିଁ ପୁଲିସ୍ 

କନେଷ୍ଟବଳ ଆଦାୟ କରିପାରିବେନି ଜରିମାନା !

କନେଷ୍ଟବଳଙ୍କୁ କୌଣସି ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରିବାର ଅଧିକାର ଦିଆଯାଇନାହିଁ । ସେ କେବଳ ଯାଞ୍ଚ ପାଇଁ ଗାଡିର ନମ୍ବର ନୋଟ୍ କରିପାରିବେ । ସେହିପରି ହେଡ କନେଷ୍ଟବଳ ୧୦୦ଟଙ୍କାରୁ ଅଧିକ ଟଙ୍କାର ଫାଇନ୍ ନେଇପାରିବେ ନାହିଁ । ଏହାଛଡା ଟ୍ରାଫିକ୍ ଅଫିସର ତଥା ଏଏସଆଇ କିମ୍ବା ଏସଆଇଙ୍କୁ ୧୦୦ଟଙ୍କାରୁ ଅଧିକ ଫାଇନ୍ ନେବାର ଅଧିକାର ଦିଆଯାଇଛି ।

ସମ୍ବନ୍ଧିତ ଖବର