ବଜ୍ରାଘାତରେ ୫୭ ମୃତ

ନୂଆଦିଲ୍ଲୀ: ୟୁପି, ବିହାର ଓ ଝାଡଖଣ୍ଡରେ ଆଜି ବଜ୍ରପାତ ଯୋଗୁଁ ଅନ୍ୟୁନ ୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୟୁପିର ୩୦, ବିହାରର ୧୭ ଓ ଝାଡଖଣ୍ଡର ୧୦ ଜଣ ରହିଛନ୍ତି। ଆସନ୍ତା ୧୦ ତାରିଖରେ ଏହିସବୁ ରାଜ୍ୟରେ ଝଡତୋଫାନ ହେବାନେଇ ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଚଳିତବର୍ଷ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର