ଇଣ୍ଡୋନେସିଆ ବନ୍ୟାରେ ୭୭ ମୃତ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଦେଖା ଦେଇଥିବା ବନ୍ୟାରେ ୭୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଏବଂ ବନ୍ୟା ହୋଇ ଇଣ୍ଡୋନେସିଆର ପାର୍ବତ୍ୟାଞ୍ଚଳ ଗ୍ରାମ ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୫୦ ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି। ପ୍ରାୟ ୧୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପାଇଁ ଏବେ ଇଣ୍ଡୋନେସିଆରେ ୧୪ ଦିନିଆ ଜରୁରୀ ପରିସ୍ଥିତି ଜାରି ହୋଇଛି। ସେଣ୍ଟାନି ଉପଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉଲ୍ଲେଖ‌ଯୋଗ୍ୟ, ଗତ ଜାନୁଆରିରେ ମଧ୍ୟ ବନ୍ୟା ଏବଂ ଭୂସ୍ଖଳନ ହୋଇ ଇଣ୍ଡୋନେସିଆରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର