ଲଣ୍ଡନ: ଦକ୍ଷିଣ ଲେବାନନ୍ରେ ଜଣେ ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ଭିଡିଓ ସାମ୍ବାଦିକ ଇସାମ୍ ଅବଦୁଲ୍ଲା ଦକ୍ଷିଣ ଲେବାନନ୍ରେ ଏକ ଲାଇଭ୍ ଭିଡିଓ ସିଗନାଲ୍ ଦେଉଥିବାବେଳେ ଗୋଳାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ରଏଟର୍ସ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। ରଏଟର୍ସ ସାମ୍ବାଦିକଙ୍କ ସମେତ ଅନ୍ୟ ୬ ଜଣ ସାମ୍ବାଦିକ ମଧ୍ୟ ଉକ୍ତ ଘଟଣାରେ ଆହତ ହୋଇଛନ୍ତି। ଇସ୍ରାଏଲ-ଲେବାନନ୍ ସୀମା ନିକଟରେ ଏହି ସାମ୍ବାଦିକମାନେ କାମ କରୁଥିଲେ। ଇସ୍ରାଏଲ ପଟୁ ଏହି ଗୋଳାମାଡ଼ ହୋଇଛି ବୋଲି ଦାବି ହୋଇଛି।
ଲେବାନନ୍ରେ ଗୋଳାବର୍ଷା: ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2023/10/hsffsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)