ଫଳତା ପାଇବାକୁ ହେଲେ କୌଣସି ସହଜ ବାଟ ନଥାଏ | ସଫଳତା ତାଙ୍କୁ ହିଁ ମିଳିଥାଏ, ଯିଏ କଠିନ ପରିଶ୍ରମ କରିଥାନ୍ତି | ଆଜି ଆମେ ଆପଣଙ୍କୁ ପୁନମ ଦଲାଲ ନାମ୍ନୀ ଅଫିସରଙ୍କ ବାବଦରେ କହିବୁ ଯିଏ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକି ପରିଶ୍ରମ ଓ ଇଛାଶକ୍ତିକୁ ପ୍ରମାଣିତ କରେ | ଏହି ମହିଳାଙ୍କ ସଂଘର୍ଷଭରା ଜୀବନ କାହାଣୀ ମଧ୍ୟବିତ୍ତ ଘରର ପ୍ରତିଟି ଝିଅଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ |

Advertisment

ହରିୟାଣାର ଝଜ୍ଜାର ଗାଁର ଏକ ମଧ୍ୟବିତ୍ତ ପରିବାରର ମୂଳ ବାସିନ୍ଦା ହୋଇଥିବା ପୁନମ ଦଲାଲଙ୍କର ଜନ୍ମ ଦିଲ୍ଲୀରେ ହୋଇଥିବାବେଳେ ଯୁକ୍ତ ଦୁଇ ପାସ କରିବା ପରେ ପୁନମ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇଥିଲେ | ପାର୍ଟଟାଇମ ଶିକ୍ଷୟତ୍ରୀ ଭାବେ ପିଲାଙ୍କୁ ପାଠ ପଢାଉଥିବାବେଳେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ | ସ୍ନାତକ ଶିକ୍ଷା ସମାପ୍ତ ପରେ ପୁନମ, ଅନେକ ପ୍ରବେଶିକା ପରୀକ୍ଷା ଦେଇଥିଲେ | ଆଉ ବହୁ ପରୀକ୍ଷା ଦେବା ପରେ ସେ ଏସବିଆଇର ପ୍ରବେଶନାରୀ ଅଫିସର ପାଇଁ ମନୋନୀତ ହୋଇଥିଲେ | ଶେଷରେ ୨୦୧୫ ମସିହାରେ ପୁନମ ୟୁପିଏସସି ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ | ଏହାକୁ ନେଇ ପୁନମଙ୍କ କହିବା କଥା ଯେ, ୟୁପିଏସସି ପାଇଁ ତାଙ୍କର ବିଳମ୍ବ ହୋଇଯାଇଥିଲା, କାରଣ ଯୁକ୍ତ ଦୁଇ ପରେ କିଭଳି କ୍ୟାରିୟର କରିହେବ ସେ ନେଇ ମାର୍ଗଦର୍ଶନ ଦେବାକୁ କେହି ନଥିଲେ | ଅଗଷ୍ଟ ୨୦୧୫ରେ ଯେତେବେଳେ ପୁନମ ୟୁପିଏସସି ର ପ୍ରିଲିମ ପରୀକ୍ଷା ଦେଲେ ସେତେବେଳେ ସେ ୯ ମାସର ଗର୍ଭବତୀ ଥିଲେ | ଆଉ ଡିସେମ୍ବରରେ ଯେତେବେଳେ ମେନ୍ସ ପରୀକ୍ଷା ଦେଲେ ସେତେବେଳେ ଘରେ ତିନି ମାସର କନ୍ୟା ସନ୍ତାନ ଥିଲା |

एसबीआई में 3 साल तक काम करने के बाद, साल 2006 में पूनम ने एसएससी ग्रेजुएट लेवल परीक्षा में राष्ट्रीय स्तर पर 7वां रैंक हासिल करते हुए आयकर विभाग में नए करियर की शुरुआत की और इस सफलता ने उनके अंदर यूपीएससी परीक्षा लिखने की ललक पैदा की। Photo-Better India

୨୦୦୭ରେ ଦିଲ୍ଲୀର ଅସୀମ ଦହିୟାଙ୍କ ସହ ପୁନମଙ୍କର ବିବାହ ହୋଇଥିଲା | ଆୟକର ବିଭାଗରେ ଚାକିରି କରୁଥିବା ତାଙ୍କ ସ୍ୱାମୀ ସବୁବେଳେ ପୁନମଙ୍କୁ ଆଗକୁ ବଢିବାର ପ୍ରେରଣା ଦେଉଥିଲେ | ୨୦୧୦ ମସିହାରେ ହରିୟାଣା ପିଏସସି ପରୀକ୍ଷାରେ ପାସ ହେବା ପରେ ୨୦୧୧ରେ ହରିୟାଣା ପୁଲିସରେ ଡ଼ିଏସପି ଭାବେ ଯୋଗ ଦେଲେ | ଏହି ସମୟରେ ପୁନମ ୟୁପିଏସସି ପରୀକ୍ଷା ପାଇଁ ଆବେଦନ କରିଥିଲେ ବି ଅସଫଳ ହୋଇଥିଲେ | ଏହା ପରେ ୨୦୧୫ ମସିହାରେ ପୁଣି ଥରେ ଆବେଦନ କରିଥିଲେ | ସେତେବେଳେ କିନ୍ତୁ ପୁନମ ଗର୍ଭବତୀ ଥିବାବେଳେ ପୁଲିସ ଚାକିରି କରୁଥିବାରୁ ସବୁବେଳେ ଆଲର୍ଟ ରହିବାକୁ ପଡୁଥିଲା | ଏହା ସହ ବି ପୁନମ କଠିନ ପରିଶ୍ରମ କରିଥିଲେ | ଆଉ ୟୁପିଏସସି ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩୦୮ ରାଙ୍କ ପାଇଥିଲେ | ଏହା ପରେ ଜଣେ ଆଇପିଏସ ଅଫିସର ଭାବେ ସେ ଯୋଗ ଦେଇଥିଲେ |