ପାଣାଜୀ: ଗୋଆ ଏପରି ଏକ ପର୍ଯ୍ୟଟନସ୍ଥଳୀ ଯେଉଁଠାକୁ ପ୍ରତିବର୍ଷ ହଜାର ହଜାର ଲୋକ ମଜା କରିବାକୁ ଯାଆନ୍ତି | କିନ୍ତୁ ୨୦୦୯ ମସିହାରେ ଜଣେ ସିରିଏଲ କିଲରର ଆତଙ୍କକୁ ନେଇ ଗୋଆରେ ଭୟ ଖେଳିଯାଇଥିଲା । ଯିଏ ସୁନ୍ଦର ଝିଅମାନଙ୍କୁ ତାହାର ଶିକାର କରିଥିଲା | ୧୯ ରୁ ୨୫ ବର୍ଷର ଯୁବତୀମାନଙ୍କୁ ଏହି ସିରିଏଲ କିଲର ଟାର୍ଗେଟ କରୁଥିଲା | ଏହି ହତ୍ୟାକାରୀ ଏମିତି ଝିଅମାନଙ୍କୁ ଶିକାର କରୁଥିଲା, ଯେଉଁମାନଙ୍କୁ ସେମାନଙ୍କ ଓଢଣୀରେ ଗଳା ଚିପି ହତ୍ୟା କରିଥିଲା | ସେ ଜଣକ ପରେ ଜଣେ ଏପରି ୧୬ ଜଣ ଯୁବତୀଙ୍କୁ ହତ୍ୟା କରିଥିଲା | ୧୯୯୪ ରୁ ୨୦୦୯ ପର୍ଯ୍ୟନ୍ତ, ସେ ଝିଅମାନଙ୍କୁ ହତ୍ୟା କରିଥିଲା | ଏହି ହତ୍ୟାକାରୀଙ୍କ ନାମ ହେଉଛି ମହାନନ୍ଦ ନାଇକ | ସେ ବିବାହିତ ଥିଲା ଓ ତାଙ୍କର ଏକ ଚାରି ବର୍ଷର ଝିଅ ମଧ୍ୟ ଥିଲା | ସର୍ବପ୍ରଥମେ, ସେ ନିଜ ପତ୍ନୀଙ୍କ ଜଣେ ବନ୍ଧୁଙ୍କୁ ଟାର୍ଗେଟ କରିଥିଲେ | ତା ଅପରାଧର ତରିକା ବହୁତ ଅଲଗା ଥିଲା | ସେ ପୂର୍ବରୁ ଝିଅମାନଙ୍କ ସହ ବନ୍ଧୁତା କରୁଥିଲେ |
ଏପରିକି ସେ ସେମାନଙ୍କୁ ବିବାହର ପ୍ରତିଶୃତି ଦେଉଥିଲା। ସେ ବିବାହ ପାଇଁ ମଧ୍ୟ ଗୋଟିଏ ଦିନ ଠିକ୍ କରୁଥିଲା | ଯେତେବେଳେ ଯୁବତୀ ଜଣକ ବିବାହ ପାଇଁ ଆସୁଥିଲେ, ସେତେବେଳେ ସେ ଯୁବତୀଙ୍କ ସୁନା ଅଳଙ୍କାର ଲୁଟି ନେଉଥିଲେ | ଏହାପରେ ସେ ସେହି ଯୁବତୀଙ୍କ ଓଢଣୀରେ ହତ୍ୟା କରୁଥିଲା | ପ୍ରାୟ ୧୪ ବର୍ଷ ଧରି ମହାନନ୍ଦ ଏହିପରି ହତ୍ୟା ଜାରି ରଖିଥିଲା, କିନ୍ତୁ ପୁଲିସ ଏ ବିଷୟରେ କିଛି ସୁରାକ ପାଇପାରିନଥିଲା। ମହାନନ୍ଦ ନାଇକ ଉତ୍ତର ଗୋଆର ତରଭେଲାମ ଗାଁର ବାସିନ୍ଦା ଥିଲା | ତା’ର ପୁରା ପରିବାର ସେଠାରେ ରହୁଥିଲେ, କିନ୍ତୁ ମହାନନ୍ଦ ଗାଁର ଲୋକଙ୍କ ସହ ଅଧିକ ମିଶୁନଥିଲା । ୨୦୦୯ ମସିହାରେ, ଯେତେବେଳେ ମହାନନ୍ଦକୁ ଗିରଫ କରାଯାଇଥିଲା, ସେତେବେଳେ ଗ୍ରାମବାସୀମାନେ ମଧ୍ୟ ବିଶ୍ୱାସ କରିପାରିନଥିଲେ ଯେ ସେ ୧୬ ଜଣଙ୍କୁ ହତ୍ୟା କରିଥିଲା | ଗ୍ରାମବାସୀ ଏତେ ରାଗି ଯାଇଥିଲେ ଯେ ସେମାନେ ଏହି ସିରିଏଲ କିଲରଙ୍କ ଘର ପୋଡି ଦେଇଥିଲେ। ଗିରଫ ପରେ ମହାନନ୍ଦ ନାଇକ ନିଜର ସମସ୍ତ ଅପରାଧ ସ୍ୱୀକାର କରିଥିଲା । ବିବାହର ବାହାନାରେ ସେ କିପରି ଝିଅମାନଙ୍କୁ ଫାନ୍ଦରେ ପକାଉଥିଲେ ଏବଂ ତା’ପରେ ସେମାନଙ୍କ ସୁନା ଲୁଟ କରି ହତ୍ୟା କରିଥିଲା ସେ ବାବଦରେ କହିଥିଲା ।