ପ୍ରୟାଗରାଜ: ମହାକୁମ୍ଭରେ ଭିଡ ପାଇଁ ଘଟିଛି ମହାଅଘଟଣ । ସଂଗମ୍ ନୋଜରେ ପ୍ରବଳ ଗହଳି କାରଣରୁ ଏମିତି ଏକ ଅଘଟଣ ଦେଖିଛି ପ୍ରୟାଗରାଜ ସହ ସାରା ଦେଶ । ଆଜି ମୌନୀ ଅମାବାସ୍ୟା ଥିବାରୁ ସଙ୍ଗମ୍ ସ୍ଥଳରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ଆଉ ଏହି ଭିଡ ନିୟନ୍ତ୍ରଣରେ ନରହି ଶେଷରେ ଦଳାଚକଟାର ରୂପ ନେଇଥିଲା । ସଙ୍ଗମ୍ ନୋଜରେ ଭିଡ କଥା ଯେତେବେଳେ ଉଠିଛି ସେତେବେଳେ ସଙ୍ଗମ୍ ନୋଜ୍ ବାବଦରେ ଜାଣିବାକୁ ଅନେକଙ୍କର ଆଗ୍ରହ ସୃଷ୍ଟି ହୋଇଛି । ତେବେ କଣ ଏହି ସଙ୍ଗମ୍ ନୋଜ୍ ? ଏହା ପ୍ରୟାଗରାଜର କେଉଁଠି ଥାଏ ? ମହାକୁମ୍ଭରେ ଏହାର ବିଶେଷତ୍ବ କଣ ?
ତେବେ ବୁଡ ପକାଯାଉଥିବା ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ସଙ୍ଗମ୍ ନୋଜ୍ କୁହାଯାଏ । ଯେଉଁଠି କି ଗଙ୍ଗା-ଯମୁନା-ସରସ୍ବତୀ ନଦୀର ମିଳନ ସ୍ଥଳ ଅଟେ । ଅନେକ ସାଧୁ ସନ୍ଥ ଏହି ସଙ୍ଗମ୍ ନୋଜରେ ସ୍ନାନ କରିବାକୁ ପସନ୍ଦ କରନ୍ତି । କୁହାଯାଏ ଏଠାରେ ବୁଡ ପକାଇଲେ କୋଟି ଜନ୍ମର ପୂଣ୍ୟ ମିଳେ, ତେଣୁ ଶ୍ରଦ୍ଧାଳୁମାନେ ଏହି ସଙ୍ଗମ୍ ନୋଜରେ ବୁଡ ପକାଇବାକୁ ସମାଗମ ହୁଅନ୍ତି ।
ସେପଟେ ଅଘଟଣ ପରେ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂଗମ ନୋଜର ପାଖାପାଖି ଅଞ୍ଚଳରେ ସ୍ନାନ କରିବାକୁ ଅନୁରୋଧ କରିଥିବା ବେଳେ ଅତି ଭିରତକୁ ନଯିବାକୁ ପରାମର୍ଶ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/01/29/V7jcKX8GLr9bnnXKMzOw.jpg)