ପୁଣି ମୋଦିଙ୍କୁ ଆକ୍ଷେପ କଲେ ଶଶୀ ଥରୁର୍‌: ନେହେରୁଙ୍କ ପାଇଁ ଜଣେ ଚା’ବାଲା ଆଜି ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଚର୍ଚ୍ଚାରେ ରହିଥିବା କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର୍‌ ପୁଣିଥରେ ମୋଦିଙ୍କୁ ଆକ୍ଷେପ କରିଛନ୍ତି। ନେହେରୁଙ୍କ ଜନ୍ମଦିନ ଅବସରରେ ଥରୁର୍‌ କହିଛନ୍ତି କି ‘ଯଦି ଆଜି ଜଣେ ଚା’ ବାଲା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ତାହା କେବଳ ନେହେରୁଙ୍କ ପାଇଁ ହୋଇଛି। ନେହେରୁଙ୍କ ଦ୍ୱାରା ତିଆରି କରାଯାଇଥିବା ସଂସ୍ଥାଗତ ସରଂଚନା ଏପରି ଯେ ଦେଶର କୌଣସି ବି ନାଗରିକ ଉଚ୍ଚତମ କାର୍ଯ୍ୟଳୟରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇପାରନ୍ତି।’ ଏହା ବ୍ୟତୀତ ସେ ନେହେରୁଙ୍କ ମନେ ପକାଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ବହୁ ସମଲୋଚନା ମଧ୍ୟ କରିଛନ୍ତି।

ଶଶୀ ଥରୁର୍‌ଙ୍କ ଏହି ଇଙ୍ଗିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼େ ଥିଲା। ସେ ପ୍ରଥମ ଥର ମୋଦିଙ୍କୁ ଏପରି ଆକ୍ଷେପ କରି କହିନାହନ୍ତି। ପୂର୍ବରୁ ବି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ ଥରୁର୍‌। ସେ କହିଥିଲେ କି ‘ଆମ ଦେଶର ପ୍ରଧାନମନ୍ତ୍ରୀ ଧଳା ଘୋଡ଼ା ଉପରେ ବସି ହାତରେ ଖଣ୍ଡା ଧରିଥିବା ଜଣେ ଅଭିନେତା।’

ତାହା ପୂର୍ବରୁ ସେ ମୋଦିଙ୍କୁ ବିଛା ସହ ତୁଳନା କରିିଥିଲେ। ସେ କହିଥିଲେ ଯେ ମୋଦି ହେଉଛନ୍ତି ଶିବ ଲିଙ୍ଗ ଉପରେ ବସିଥିବା ଏକ ଏପରି ବିିଛା ଯାହାକୁ ହାତରେ କାଢ଼ି ହେବନି କି ଚପଲ ମାରି ହେବନି।

ଏହା ବ୍ୟତୀତ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଙ୍ଗଳବାର ଅଭିଯୋଗ ଆଣିଥିଲେ ଯେ ବର୍ତ୍ତମାନ କ୍ଷମତାରେ ଥିବା ଲୋକମାନଙ୍କ ଦ୍ୱାରା ନେହେରୁବାଦୀ ଦୁର୍ବଳ ହେବାରେ ଲାଗିଛି। ଯିଏକି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଯିଏକି ସଦା ଆମ ଦେଶକୁ ଏକ ଉତ୍ତମ ଭାରତରେ ପରିଣତ କରିବାର ସ୍ୱପ୍ନ ଦେଖିଥିଲେ।

ସମ୍ବନ୍ଧିତ ଖବର