ବିଦେଶରେ ଡାକ୍ତରୀ ଛାଡି ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୂଜକ ହେବାକୁ ଚାଲି ଆସିଲେ ଏହି ଯୁବକ

ତିରୁବନନ୍ତପୁରମ: ପିତୃପୁରୁଷର ପେସାକୁ ନିଜର କରିବାକୁ ଦାମୀ ଚାକିରି ସାଙ୍ଗକୁ ବିଳାସମୟ ଜୀବନ ଛାଡି ଭାରତ ଚାଲିଆସିଲେ ଯୁବକ | ଆଉ ଏବେ ସେ କେରଳର ଏକ ମନ୍ଦିରରେ ମୁଖ୍ୟ ପୂଜକ ଭାବେ ଯୋଗ ଦେଇଛନ୍ତି | କେରଳର ଥ୍ରୀସୁରରେ ଥିବା ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୁରୋହିତ ଭାବେ ନିଯୁକ୍ତ ହୋଇଥିବା ଏହି ଯୁବକ ଜଣକ ଏକାଧାରରେ ଜଣେ ଆୟୁର୍ବେଦିକ ଡାକ୍ତର, ୟୁଟ୍ୟୁବର୍ ଏବଂ ଗାୟକ ବୋଲି ଜଣାପଡିଛି । ୩୪ ବର୍ଷୀୟ ଡକ୍ଟର କିରଣ ଆନନ୍ଦ କକ୍କରଙ୍କୁ ଗତ ସପ୍ତାହରେ ଡ୍ର ମାଧ୍ୟମରେ ଗୁରୁଭାୟୁର ମନ୍ଦିରର ପରବର୍ତ୍ତୀ ମୁଖ୍ୟ ପୁରୋହିତ ଭାବରେ ଚୟନ କରାଯାଇଛି । ସେ ପୁରୋହିତଙ୍କ ପରିବାରରୁ ଆସିଥିବାବେଳେ ଋଷର ରାଜଧାନୀ ମସ୍କୋରେ ଥିବା ଏକ ଆୟୁର୍ବେଦିକ କ୍ଲିନିକରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରୁଥିଲେ । ଆସନ୍ତା ମାସରେ ଗୁରୁଭାୟୁର ମନ୍ଦିରର ‘ମେଲଶନ୍ତୀ’ ଭାବରେ ଡକ୍ଟର କକ୍କର ଦାୟିତ୍ୱ ଗ୍ରହଣ କରିବେ। ସେ ମନ୍ଦିରର ମୁଖ୍ୟ ପୁରୋହିତ ଭାବରେ ୬ ମାସ ଧରି ପୂଜା କରିବେ |

ଏହି ଅବସରରେ ସେ କହିଛନ୍ତି ଯେ, “ଏହା ଈଶ୍ୱରଙ୍କ କୃପା ଦ୍ୱାରା ଘଟିଛି। ତାଙ୍କର ଏହି ଆଶୀର୍ବାଦ ଯେ ମୁଁ ଏହି ସୌଭାଗ୍ୟ ପାଇଛି। ଗୁରୁଭାୟୁର ମନ୍ଦିରର ‘ମେଲଶନ୍ତୀ’ ହେବା ପାଇଁ ଆବେଦନ କରିବା ପୂର୍ବରୁ ତାଙ୍କୁ ଅନେକ ଉପାସନା କରିବାକୁ ପଡିଥିଲା | ଯାହାଫଳରେ ସେ ବିଦେଶରେ ରହିବା ସମୟରେ ଶରୀର ଉପରେ ପଡିଥିବା ଖରାପ ଏବଂ ବିପଦପୂର୍ଣ୍ଣ ପ୍ରଭାବକୁ ଦୂର କରିପାରିବେ’। ସେ କହିଛନ୍ତି ଯେ ପରମ୍ପରା ଅନୁଯାୟୀ ବିଦେଶ ଯାଉଥିବା ଲୋକଙ୍କୁ ମନ୍ଦିରର ରୀତିନୀତି ତଥା କାର୍ଯ୍ୟକଳାପରେ ଭାଗ ନେବାକୁ ଅନୁମତି ଦିଆଯାଇନଥାଏ, କାରଣ ବିଦେଶରେ ରହୁଥିବାବେଳେ ‘ନିତ୍ୟକର୍ମ’ କରିବା କଷ୍ଟସାଧ୍ୟ, ତେଣୁ ଏହିପରି ଲୋକଙ୍କ ଶରୀରରେ ଖରାପ ପ୍ରଭାବ ପଡିଥିବାର ବିଶ୍ୱାସ କରାଯାଏ | ‘ନିତ୍ୟକର୍ମ’ ହେଉଛି ଏଭଳି ରୀତିନୀତି ଯାହାକୁ ହିନ୍ଦୁମାନଙ୍କୁ ପ୍ରତିଦିନ କରିବାକୁ ପଡିଥାଏ |

ଋଷରେ ଆୟୁର୍ବେଦିକ ଡାକ୍ତର ଭାବରେ ସେ ତାଙ୍କର ସଫଳ କ୍ୟାରିଅର୍ କାହିଁକି ଛାଡିଛନ୍ତି ବୋଲି ପଚରାଯିବାରୁ ଡକ୍ଟର କକ୍କର କହିଛନ୍ତି ଯେ ସେ ତାଙ୍କ ପିତାଙ୍କ ଇଚ୍ଛା ଅନୁଯାୟୀ ଏହା କରିଛନ୍ତି। ଡକ୍ଟର କକ୍କରଙ୍କ ଅନୁଯାୟୀ, “ମୋର ପୂର୍ବଜମାନେ ପୁରୋହିତ ଥିଲେ। ମୋ ବାପା ମଧ୍ୟ ଜଣେ ପୁରୋହିତ। ଯେହେତୁ ମୋ ବାପା ବୃଦ୍ଧ ହୋଇଗଲେ, ସେ ମୋତେ ଫେରି ଆସି ପୂଜକ ଦାୟିତ୍ୱ ଗ୍ରହଣ କରିବାକୁ କହିଥିଲେ। ସେଥିପାଇଁ ମୁଁ ଫେରି ଆସିଥିଲି। “

ସମ୍ବନ୍ଧିତ ଖବର