ଗାଁରେ ହୋଇଥିବା ଏକ ଛୋଟ ଝଗଡ଼ାରୁ କିଭଳି ଗ୍ୟାଙ୍ଗଷ୍ଟର ହୋଇଯାଇଥିଲା ବିଶ୍ୱବିଦ୍ୟାଳୟ ଟପ୍ପର

ନୂଆଦିଲ୍ଲୀ: ବେଳେବେଳେ କିଛି ପରିସ୍ଥିତି ଜଣଙ୍କୁ ଅପରାଧୀ ସଜାଇଦେଇଥାଏ | ଛୋଟ ବିବାଦରୁ ମନରେ କୁହୁଳୁଥିବା ପ୍ରତିଶୋଧ ଜଣଙ୍କୁ ଅପରାଧର ଗଳି ଆଡକୁ ଟାଣିନେଇଥାଏ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅପରାଧୀଙ୍କ ବାବଦରେ କହିବୁ ଯାହାଙ୍କୁ ଧରିବା ପାଇଁ ପୁଲିସ ନୟାନ୍ତ ହୋଇଯାଇଥିଲା | ସେଥିପାଇଁ ତ ଏହି ଅପରାଧୀକୁ ଧରିବା ପାଇଁ ପୁଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା | ଦିଲ୍ଲୀ ପୁଲିସର ହେପାଜତରୁ ଫେରାର ହୋଇଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ କୁଲଦୀପ ସିଂହ ଦିଲ୍ଲୀ ପୁଲିସର ଏନକାଉଣ୍ଟରରେ ନିହତ ହୋଇଛି |

photo-indian express

କିନ୍ତୁ ଖୁବ କମ ଲୋକ ଜାଣନ୍ତି ଯେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା କୁଲଦୀପ ସିଂହ ଜଣେ ମେଧାବୀ ଛାତ୍ର ଥିଲେ | କୁଲଦୀପ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସବୁଠାରୁ ପ୍ରତିଷ୍ଠିତ କଲେଜ କିରୋଡିମଲ କଲେଜରେ ପଢୁଥିଲା | ସେ ୨୦୧୩ ମସିହାରେ ଏହି କଲେଜର ଉଦ୍ଭିଦ ବିଜ୍ଞାନ ବା ବଟନି ଅନର୍ସରେ ଟପ୍ପର ହୋଇଥିଲା | ତେବେ ନିଜ ଗାଁରେ ହୋଇଥିବା ଏକ ସାମାନ୍ୟ ବିବାଦର ପ୍ରତିଶୋଧ ନେବାକୁ ସେ ଅପରାଧ ଦୁନିଆରେ ପାଦ ଥାପିଥିଲା | ଆଉ ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲା |

ଗାଁ ବିବାଦରେ ପ୍ରତିଶୋଧ ନେବା ପରେ ସେ କଲମ ବଦଳରେ ହାତରେ ବନ୍ଧୁକ ଉଠାଇଥିଲା ଓ ଲୁଟ, ହତ୍ୟାକାଣ୍ଡ ଭଳି ସଂଗୀନ ମାମଲାରେ ତା ନାମ ଆସିଥିଲା | ସୂଚନା ଥାଉ କି ରବିବାର ଦିନ ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମର ଏନକାଉଣ୍ଟରରେ ଅପରାଧୀ କୁଲଦୀପ ନିହତ ହୋଇଥିଲା |

ସମ୍ବନ୍ଧିତ ଖବର