ମହିଳା ମନ୍ତ୍ରୀଙ୍କ ମନର କଥା, ସ୍ୱାମୀ ମତେ ମାଡ ମାରନ୍ତି

ଲଖନଉ: ମହିଳା ମନ୍ତ୍ରୀ କହିଲେ ମନର କଥା | ସେ କିଭଳି ଘରୋଇ ହିଂସାର ଶିକାର ହେଉଛନ୍ତି ତାହାର ଏକ ଅଡିଓ ଏବେ ଭାଇରଲ ହେବାରେ ଲାଗିଛି | ଉତ୍ତରପ୍ରଦେଶ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ସ୍ବାତି ସିଂ ଘରୋଇ ହିଂସାର ଶିକାର ହୋଇଛନ୍ତି | ସ୍ୱାମୀ ଦିନଶଙ୍କର ସିଂ ତାଙ୍କୁ ପିଟୁଥିବାର ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ଵାତି ସିଂଙ୍କ ଏହି ଅଡିଓ କେବେକାର ସେ ନେଇ ଜଣାପଡିନଥିବା ବେଳେ ଭାଇରାଲ ଅଡିଓରେ ସ୍ଵାତି ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ଯିଏ ତାଙ୍କ ସ୍ୱାମୀ ଦିନଶଙ୍କର ସିଂଙ୍କ ଉପରେ ଅଭିଯୋଗ କରୁଛନ୍ତି। ଏହି ସମୟରେ ମନ୍ତ୍ରୀ କହିଛନ୍ତି ଯେ ଦିନଶଙ୍କର ସିଂ ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ ଜାଣିବା ଉଚିତ୍ ନୁହେଁ, ନଚେତ୍ ତାଙ୍କୁ ମାଡ ମାରିବେ । ଏହି ଅଡିଓରେ ସ୍ଵାତି ସିଂ କହିଛନ୍ତି, ମୋର ଅବସ୍ଥା ଟିକିଏ ଅଲଗା। ଯଦି ସେ ଏବାବଦରେ ଜାଣନ୍ତି, ତେବେ ମୋତେ ମାଡ ମାରିବେ | କିନ୍ତୁ ମୁଁ କଦାପି ଚାହେଁ ନାହିଁ ଯେ ଏହା ଏକ ନିରୀହ ବ୍ୟକ୍ତିଙ୍କ ସହିତ ଘଟୁ | ଆମେ ଦୁହେଁ କିପରି ସ୍ୱାମୀ ଏବଂ ସ୍ତ୍ରୀ ଭଳି ଚଳୁଛୁ ଓଃ ଆମ ଭିତରେ ସମ୍ପର୍କ କିଭଳି ଅଛି, ସାରା ଦୁନିଆ ଜାଣିଛି | ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ଦିନଶଙ୍କର ସିଂ ଏବଂ ତାଙ୍କ ଭାଇମାନେ ଅତ୍ୟାଚାରର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ସେମାନେ ପ୍ରାୟ ସମୟ ତାଙ୍କୁ ମାଡ ମାରନ୍ତି |

ସ୍ଵାତି ସିଂ ଫୋନରେ ଆହୁରି କହିଛନ୍ତି ଯେ, ତୁମେ ମୋତେ ସେହି ସବୁ କାଗଜ ଇତ୍ୟାଦି ଦିଅ | ଦୟାଶଙ୍କର ଜାଣିବା ଉଚିତ୍ ନୁହେଁ ଯେ ତୁମେ ମୋ ସହିତ କଥା ହୋଇଛ | କାରଣ ସେ ଜାଣିଲେ ମତେ ବାଡ଼େଇବେ | ମୋ ସହିତ ବହୁତ ଭୁଲ୍ ହେଉଛି, ମୁଁ ଏପରି ବ୍ୟକ୍ତିଙ୍କୁ ବିବାହ କରିଛି, ଯାହାର ଅତ୍ୟାଚାର ମୁଁ କାହାକୁ କହିପାରିବି ନାହିଁ | ତେବେ ଏ ବାବଦରେ ଉଭୟ ମନ୍ତ୍ରୀ ଓ ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

ସମ୍ବନ୍ଧିତ ଖବର